ଆଜିଠାରୁ ପ୍ରତିଦିନ ବଦଳିବ ତେଲଦର ! ପରୀକ୍ଷାମୂଳକ ଭାବେ ପ୍ରଥମ ଫେଜରେ ୫ଟି ସହରରେ ଲାଗୁ

29

କନକ ବ୍ୟୁରୋ : ପ୍ରତିଦିନ ବଦଳିବ ପେଟ୍ରୋଲ, ଡିଜେଲ ଦର । ଆନ୍ତର୍ଜାତୀୟ ତୈଳଦର ଅନୁସାରେ ବଦଳିବ ଦର । ପ୍ରାଥମିକ ପର୍ଯ୍ୟାୟରେ ଆଜି ଠାରୁ ଏହି ଏହି ଦର ଲାଗୁ କରାଯିବ । ପ୍ରଥମେ ଦେଶର ୫ଟି ସହରରେ ଏହି ପାଇଲଟ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେଉଛି ।

ପୁଡୁଚେରୀ, ଆନ୍ଧ୍ରପ୍ରଦେଶର ଭାଇଜାଗ, ରାଜସ୍ଥାନର ଉଦୟପୁର, ଝାଡଖଣ୍ଡର ଜାମସେଦପୁର ଏବଂ ଚଣ୍ଡିଗଡରୁ ଏହି ନୂଆ ନିୟମ ଆରମ୍ଭ ହୋଇଛି । ଭାରତୀୟ ତୈଳ କମ୍ପାନୀ ଦ୍ୱାରା ଏହି ନିୟମ ଲାଗୁ କରାଯାଇଛି  ।