ସାମଗ୍ରୀ ପରିବହନ ଉପରେ ଲାଗିପାରେ ବଡ ଝଟକା ! ତେଲଦରକୁ ଜିଏସଟି ପରିସରଭୁକ୍ତ କରିବା ଦାବିରେ କାଲିଠୁ ୩୬ ଘଂଟିଆ ଟ୍ରକ ଧର୍ମଘଟ

40

କନକ ବ୍ୟୁରୋ : ସାମଗ୍ରୀ ପରିବହନ ଉପରେ ଲାଗିପାରେ ବଡ ଧରଣର ଝଟକା । କାହିଁକି ନା’ କାଲିଠୁ ଦେଶବ୍ୟାପୀ ଦିଆଯାଇଛି ଦୁଇ ଦିନିଆ ଟ୍ରକ୍ ଧର୍ମଘଟ ଡାକରା । ତେଳଦର ବୃଦ୍ଧି ପ୍ରତିବାଦ ଏବଂ ଏହାକୁ ଜିଏସଟି ପରିସରକୁ ଆଣିବା ଦାବିରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ସର୍ବଭାରତୀୟ ପରିବହନ କଂଗ୍ରେସ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ସୋମବାର ସକାଳ ୮ଟାରୁ ଆରମ୍ଭ ହେବ ୩୬ ଘଂଟିଆ ଟ୍ରକ୍ ଧର୍ମଘଟ । ଜିଏସଟି ଲାଗୁ ନେଇ ତୃଟିପୂର୍ଣ୍ଣ ନିଷ୍ପତି ଏବଂ ଡିଜେଲ ଦର ନିର୍ଦ୍ଧାରଣ ଉପରେ ପୁର୍ନବିଚାର ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଛି । ପେଟ୍ରୋଲ ପମ୍ପ ଡିଲର ମହାସଂଘର ପୂର୍ବରୁ ପୁଣି ଏକ ଧର୍ମଘଟର ସାମ୍ନା କରିବେ ଦେଶବାସୀ । ତେବେ ଏହି ବନ୍ଦକୁ ରାଜ୍ୟ ଟ୍ରକ ମାଲିକ ସଂଘ ନୈତିକ ସମର୍ଥନ ଦେଇଛି । ତେବେ ସଂଘ ଧର୍ମଘଟରେ ସାମିଲ ନେଇ ସସପେନ୍ସ ଜାରି ରହିଛି । ବନ୍ଦରେ ସାମିଲ ହେବା ନେଇ ସଂଘ ଆଜି ନିଷ୍ପତି ନେବ ।

ସେହିପରି ନଭେମ୍ବର ୧ ତାରିଖରୁ ରାଜ୍ୟରେ ଗଡିବ ନାହିଁ ଘେରୋଇ ବସ୍ । ବିଭିନ୍ନ ଦାବି ନେଇ ଧର୍ମଘଟକୁ bus-strikeଓହ୍ଲାଇବ ଘରୋଇ ବସ ମାଲିକ ସଂଘ । ୫ଦଫା ଦାବି ପୂରଣ ନେଇ ଗତ ୩ ତାରିଖରେ ପରିବହନ ବିଭାଗ ସହ ଆଲୋଚନା ପରେ ମଧ୍ୟ, କୌଣସି ପଦକ୍ଷେପ ନିଆଯାଇନଥିବାରୁ ଏଭଳି ନିଷ୍ପତି ନେଇଛି ସଂଘ । ଟୋଲ ଫି ଆଦାୟକୁ ବିରୋଧ, ଟିକିସ ବ୍ୟବସ୍ଥାରେ ସୁଧାର, ବସଗୁଡିକରେ ପୋଲିସ ଚେକିଂ ଓ ସହର ବାହାରେ ସିଟି ବସ ଚଳାଚଳକୁ ବିରୋଧ କରି ଏହି ଧର୍ମଘଟର ଡାକରା ଦିଆଯାଇଛି । ବିଭିନ୍ନ ଦାବି ପୂରଣ ନେଇ ୨୦୧୫ରୁ ଘରୋଇ ବସ ମାଲିକ ଆନ୍ଦୋଳନ କରୁଥିବାବେଳେ ସରକାର ସେମାନଙ୍କ ଦାବିପ୍ରତି ସରକାର କର୍ଣ୍ଣପାତ କରୁନଥିବା ସଂଘ ଅଭିଯୋଗ କରିଛି ।

petrol-pump-on-strikeସୂଚନାଯୋଗ୍ୟ ଆଗାମୀ ୧୩ ତାରିଖରେ ବନ୍ଦ ରହିବ ଦେଶର ୫୪ ହଜାର ପେଟ୍ରୋଲ ପମ୍ପ । ପେଟ୍ରୋଲ ଓ ଡିଜେଲ ଉପରେ ଜିଏସଟି ଲାଗୁସହ ଅନ୍ୟାନ୍ୟ ୧୧ ଦଫା ଦାବି ନେଇ ଡିଲର ସଂଘର ନିଷ୍ପତି । ଦାବି ନମାନିଲେ ୨୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ସଂଘ ଚେତାବନୀ ଦେଇଛି । ତୈଳ କମ୍ପାନି ବଢାଇଥିବା ଡିଲର ମାର୍ଜିନରେ ବୃଦ୍ଧି କରିବାକୁ ଦାବି କରୁଛନ୍ତି ପେଟ୍ରୋଲ ପମ୍ପ ଡିଲର ସଂଘ । ଏପରିକି ନଭେମ୍ବର ୪ ତାରିଖରେ ହୋଇଥିବା ଚୁକ୍ତି ଆଧାରରେ ଡିଲର କମିଶନ ପ୍ରଦାନ ପାଇଁ ଦାବି ରଖିଛନ୍ତି । ଏଥିସହ ମାର୍କେଟ ଡିସିପ୍ଲିନାରି ପଲିସିରେ ଜୋରିମାନ ପାଇଁ ଯେଉଁ କଠୋର ପ୍ରାବଧାନ ରହିଛି ତାକୁ କୋହଳ କରିବା ପାଇଁ ସଂଘ ଦାବି କରିଛି । ଡିପୋରୁ ଆସୁଥିବା ତେଲରେ ବ୍ୟାପକ ବାଟମାରଣା ହେଉଥିବାରୁ ଏହି ଦିଗ ପ୍ରତି ତୈଳ କମ୍ପାନିଗୁଡିକ ଧ୍ୟାନ ଦେବାକୁ କୁହାଯାଇଛି । ଏସବୁ ଦାବି ନେଇ ତୈଳ କମ୍ପାନି ଆଲୋଚନା ଟେବୁଲକୁ ନଆସିଲେ ଦେଶର ତିନିଟି ଜାତୀୟସ୍ତରର ଡିଲର ସଂଘ ସହ ସମସ୍ତ ରାଜ୍ୟର ପେଟ୍ରୋଲ ପମ୍ପ ଡିଲର ସଂଘ ଧର୍ମଘଟକୁ ଓହ୍ଲାଇବେ ବୋଲି ନିଷ୍ପତି ହୋଇଛି ।