ପ୍ରତି ରବିବାର ବନ୍ଦ ରହିବ ପେଟ୍ରୋଲ ପମ୍ପ ! ମେ ୧୪ ପରଠୁ ୮ଟି ରାଜ୍ୟରେ ରବିବାର ମିଳିବନି ପେଟ୍ରୋଲ

37

କନକ ବ୍ୟୁରୋ : ରବିବାର ଦିନ ମିଳିବନି ପେଟ୍ରୋଲ କି ଡିଜେଲ । ମେ’ ୧୪ପରଠାରୁ ୮ଟି ରାଜ୍ୟରେ ବନ୍ଦ ରହିବ ପେଟ୍ରୋଲ ପମ୍ପ । ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ତୈଳ ସଂରକ୍ଷଣ ଓ ପରିବେଶ ସୁରକ୍ଷା ନେଇ ଆହ୍ୱାନ ଦେଇଥିଲେ । ପେଟ୍ରୋଲ ଓ ଡିଜେଲ କମ ବ୍ୟବହାର କରିବା ପାଇଁ ମୋଦି ଆହ୍ୱାନ ଦେଇଥିଲେ ।

ଏଥିପାଇଁ ମେ’୧୪ ପରଠାରୁ ପ୍ରତି ରବିବାର ଦିନ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ପେଟ୍ରୋଲ ପମ୍ପ ମାଲିକ ସଂଘ । ତାମିଲନାଡୁ, କେରଳ, କର୍ଣ୍ଣାଟକ, ପୁଡୁଚେରୀ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଓ ହରିଆଣାରେ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ପେଟ୍ରୋଲ ପମ୍ପ ମାଲିକ ସଂଘ ନିଷ୍ପତି ନେଇଛନ୍ତି । ଏହି ୮ଟି ରାଜ୍ୟର ପ୍ରାୟ ୨୦ହଜାର ପାଖାପାଖି ପେଟ୍ରୋଲ ପମ୍ପ ବନ୍ଦ ରହିବ ।