ପେଟ୍ରୋଲ ପମ୍ପରେ ରେଡ୍ ! ତେଲ ଠକେଇ ଓ ଅପମିଶ୍ରଣର ଯାଂଚ ନେଇ ଯୋଗାଣ ବିଭାଗର ଚଢାଉ

25

କନକ ବ୍ୟୁରୋ: ପେଟ୍ରୋଲ ପମ୍ପରେ ତେଲ ଠକେଇ ଓ ଅପମିଶ୍ରଣର ଯାଂଚ ନେଇ ଯୋଗାଣ ବିଭାଗରେ ଚଢାଉ । ରାଜ୍ୟ ରାଜଧାନୀ ଭୁବନେଶ୍ୱରର ୧୬ଟି ପେଟ୍ରୋଲ ପମ୍ପରେ ଆଜି ଚଢାଉ କରିଛି ଯୋଗାଣ ବିଭାଗ । ପେଟ୍ରୋଲ ପମ୍ପରେ ତେଲ ଠକେଇ ଓ ଅପମିଶ୍ରଣର ଯାଂଚ କରିଛନ୍ତି ଯୋଗାଣ ଅଧିକାରୀ । ପେଟ୍ରୋଲ ପମ୍ପରେ ଉପଭୋକ୍ତାମାନେ ଅନେକ ସମୟରେ ଠକେଇର ଶିକାର ହେଉଥିବା ଅଭିଯୋଗ ହୋଇଥିଲା ।

ତେଣୁ ଯୋଗାଣ ବିଭାଗ ପକ୍ଷରୁ ଏହି ଚଢାଉ ହୋଇଥିବା କୁହାଯାଉଛି । ତେବେ ମାତ୍ର ଦୁଇ ଦିନ ତଳେ ନୂଆ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ସୂର୍ଯ୍ୟନାରାୟଣ ପାତ୍ର । ଆଉ ଦାୟିତ୍ୱ ନେଉ ନେଉ ତେଲ ଠକେଇ ଓ ଅପମିଶ୍ରଣ କରୁଥିବା ପେଟ୍ରୋଲ ପମ୍ପ ଉପରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟ ପାତ୍ର ।

୫ଟି ପମ୍ପରେ ଅନିୟମିତ ହେଉଥିବା ଜଣାପଡିଛି ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଛନ୍ତି । ଆରପଟେ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରାଳୟ ଗତ ୨ ତାରିଖରେ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ପେଟ୍ରୋଲ ପମ୍ପଗୁଡିକରେ ଯାଂଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ଜଣାପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –