ଖଦି ୟୁନିଫର୍ମରେ ଦେଖିବାକୁ ମିଳିବେ ପେଟ୍ରୋଲ ପମ୍ପ କର୍ମଚାରୀ : ପିଏସୟୁ ଗୁଡ଼ିକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ପରାମର୍ଶ

42

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଏଣିକି ଖଦି ୟୁନିଫର୍ମରେ ଦେଖିବାକୁ ମିଳିପାରନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ପାଇଁ ଖଦି ପୋଷାକର ବ୍ୟବସ୍ଥା କରିବା ପାଇଁ ପିଏସ୍ୟୁ ଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଖଦିର ଚାହିଦା ବୃଦ୍ଧି ସହ ଖଦି ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ଏକ ପଦକ୍ଷେପ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ବହୁତ୍ ଜଲଦି ଭାରତ ପେଟ୍ରୋଲିୟମ ଏବଂ ଇଣ୍ଡିଆନ ଅଏଲ୍ କର୍ମଚାରୀ ୟୁନିଫର୍ମରେ ନଜର ଆସିବେ । ଖଦି ଶିଳ୍ପର ବିକାଶ ଉଦ୍ଦେଶ୍ୟରେ ନିକଟରେ ଦେଶ ଓ ରାଜ୍ୟର ବିଭିନ୍ନ ସ୍କୁଲ ଓ କଲେଜ, ଏୟାର ଇଣ୍ଡିଆ, ଜେ.କେ ସିମେଂଟ, ଫେବ୍ ଇଣ୍ଡିଆ ଭଳି ବହୁ ସଂସ୍ଥା ଖଦି ପୋଷାକକୁ ଗ୍ରହଣ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିକଟରେ ଏୟାର ଇଣ୍ଡିଆ ପକ୍ଷରୁ ୮ କୋଟି ଟଙ୍କାର ଅର୍ଡର ଦିଆଯାଇଛି । ସେହିପରି ରୁଗଣ ହୋଇପଡ଼ିବା ଖଦି ଶିଳ୍ପରେ ସେଲ୍ସରେ ୨୦୧୫-୧୬ ଆର୍ଥିକ ବର୍ଷରେ ବଡ଼ ଧରଣର ପରିବର୍ତନ ଆସିଛି । ଏହି ଆର୍ଥିକ ବର୍ଷରେ ସେଲ୍ସ ୨୯ ପ୍ରତିଶତ ବୃଦ୍ଧି ପାଇଛି ।