ପେଟ୍ରୋଲ ପମ୍ପରେ ମାଗଣାରେ ମିଳୁଛି ଏହି ସୁବିଧା : କେହି ଟଙ୍କା ମାଗିଲେ କରିପାରିବେ ଅଭିଯୋଗ ।

93

ପେଟ୍ରୋଲ ପମ୍ପରେ ପେଟ୍ରୋଲ୍/ଡିଜେଲ୍ ଗାଡିରେ ପକାଇବା ବ୍ୟତୀତ ଅନ୍ୟ କେତେକ ସୁବିଧା ମଧ୍ୟ ବାହନ ଏବଂ ବାହନଚାଳକଙ୍କ ପାଇଁ ଉପଲବ୍ଧି କରାଯାଇଥାଏ । ତେବେ ଏଥି ମଧ୍ୟରୁ କିଛି ଏଭଳି ସେବା ଅଛି ଯାହା ଯେକୌଣସି ପେଟ୍ରୋଲ ପମ୍ପ ରଖିବା ଅନିବାର୍ଯ୍ୟ ଅଟେ । ତେବେ ଏହି ମାମଲାରେ ଗ୍ରାହକଙ୍କୁ କୌଣସି ଟଙ୍କା ଦେବାକୁ ପଡିନଥାଏ ଅର୍ଥାତ୍ ଏହି ସେବ୧ା ସମ୍ପୁର୍ଣ୍ଣ ମାଗଣାରେ ପେଟ୍ରୋଲ ପମ୍ପରେ ଯୋଗାଇ ଦିଆଯାଏ । ତେବେ ଆସନ୍ତୁ ଏହି ସେବାଗୁଡିକ କ’ଣ ଜାଣିବା ।

ମାଗଣା ଏୟାର ସୁବିଧା : ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମାଗଣାରେ ନିଜ ଗାଡିର ଟାୟାରରେ ଏୟାର ଫିଲିଙ୍ଗର ସୁବିଧା ଉପଲବ୍ଧ କରିଦିଆଯାଏ । ଏଥିପାଇଁ ପମ୍ପର କର୍ମଚାରୀଙ୍କୁ କୌଣସି ଟଙ୍କା ଦେବାର ଆବଶ୍ୟକତା ନାହିଁ । ତେବେ ହାୱା ଚେକ୍ କରିବା ପାଇଁ କର୍ମଚାରୀ ଆପଣଙ୍କୁ ଟଙ୍କା ମାଗିଲେ ଆପଣ ପମ୍ପରେ ଅଭିଯୋଗ କରିପାରିବେ ।

ଶୌଚାଳୟ : ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ସ୍ୱଚ୍ଛତାକୁ ଅଧିକ ଧ୍ୟାନ ଦିଆଯାଇଥାଏ । ତେଣୁ ପେଟ୍ରୋଲ ପମ୍ପ ଟଏଲେଟରେ ପାଣି,ଲାଇଟ୍ ସହ ସ୍ୱଚ୍ଛ ଏବଂ ମାଗଣା ଶୌଚାଳୟ ସେବା ମଧ୍ୟ ଯୋଗାଇଦିଆଯାଇଥାଏ ।

ପ୍ରାଥମିକ ଚିକିତ୍ସା ବାକ୍ସ : ସଡକ ଦୂର୍ଘଟଣାରେ ଜରୁରୀ କାଳୀନ ପ୍ରାଥମିକ ଚିକିତ୍ସା ପାଇଁ ଆପଣ ନିକଟସ୍ଥ ପେଟ୍ରୋଲ ପମ୍ପରୁ ମାଗଣାରେ ପ୍ରାଥମିକ ଚିକିତ୍ସା ବାକ୍ସ ନେଇପାରିବେ । ଜାଣିରଖନ୍ତୁ ଯେ ପମ୍ପ କର୍ମଚାରୀ ଏକ୍ସପାୟାର୍ ମେଡିସିନ୍ ତଥା ସାମଗ୍ରୀକୁ ବଦଳାଇଥାନ୍ତି ଏବଂ ପ୍ରତି ଦୁଇତିନି ଦିନ ଥରେ ଏହାକୁ ଅପଡେଟ୍ କରିଥାନ୍ତି ।

କ୍ୱାଲିଟି ଏବଂ କଣ୍ଟିଟି : ଯଦି ଆପଣ ଆପଣଙ୍କର ଗାଡିର କମ୍ ମାଇଲେଜକୁ ନେଇ ଚିନ୍ତିତ ଅଛନ୍ତି ଏବଂ ଖରାପ ଇଞ୍ଜିନକୁ ନେଇ ନାକେଦମ୍ ହୋଇସାରିଛନ୍ତି ତେବେ ଏଥିପାଇଁ ଆପଣଙ୍କର ଖରାପ ଡିଜେଲ୍ ହୋଇପାରେ । ଗ୍ରାହକ ସୁରକ୍ଷା ଆଇନ୍ ୧୯୮୬ ଅନୁସାରେ ପେଟ୍ରୋଲ ପମ୍ପକୁ ଫିଲ୍ଟର ପେପର ଷ୍ଟକରେ ରଖିବା ଜରୁରୀ ହୋଇଥାଏ । ଯଦି ଗ୍ରାହକ ଇନ୍ଧନରେ ଅପମିଶ୍ରଣକୁ ନେଇ ଜାଞ୍ଚ୍ କରିବାକୁ ଚାହାଁନ୍ତି ତେବେ ପମ୍ପ ବିନା କୌଣସି ଚାର୍ଜ ଏବଂ ଦ୍ୱିଧାରେ ଗ୍ରାହକଙ୍କୁ ଏହି ସୁବିଧା ଯୋଗାଇଦେବେ । ତେବେ ଆପଣଙ୍କୁ କେବଳ ଏତିକି କରିବାକୁ ହେବ ପେଟ୍ରୋଲ୍/ଡିଜେଲର କିଛି ବୁନ୍ଦା ଏହି ଫିଲ୍ଟର ପେପରରେ ପକାଇବାକୁ ହେବ । ଯଦି ଏହା ବିନା ଚିହ୍ନ ଛାଡି ତୁରନ୍ତ ଉଡି ଯାଉଛି ତେବେ ଆପଣ ଏହାର ଶୁଦ୍ଧତାକୁ ନେଇ ନିଶ୍ଚିନ୍ତ ରୁହନ୍ତୁ । କିନ୍ତୁ ଯଦି କୌଣସି ଚିହ୍ନ ରହିଯାଉଛି ତେବେ ଅପମିଶ୍ରଣ ହୋଇଛି ବୋଲି ଜାଣିନିଅନ୍ତୁ ।

କେଉଁଠି କରିବେ ଅଭିଯୋଗ : ଉପରେ ଦିଆଯାଇଥିବା ସେବାକୁ ଯଦି କୌଣସି ପେଟ୍ରୋଲ୍ ପମ୍ପ କର୍ମଚାରୀ ମନା କରନ୍ତି ତେବେ ଆପଣ ଆଇଓସିଏଲ୍,ଏଚପିସିଏଲ୍ ଏବଂ ବିପିସିଏଲର ଟୋଲ୍ ଫ୍ରି ନମ୍ବରରେ ଅଭିଯୋଗ କରିପାରିବେ ।

ଆଇଓସିଏଲ୍ : ୧୮୦୦-୨୩୩୩-୫୫୫ (www.iocl.com)

ଏଚପିସିଏଲ୍ : ୧୮୦୦-୨୩୩୩-୫୫୫ (www.hindustanpetroleum.com)

ବିପିସିଏଲ୍ : ୧୮୦୦-୨୨-୪୩୪୪ (www.bharatpetroleum.com)