ଲଗାତାର ଷଷ୍ଠ ଦିନରେ ଦେଶରେ ବଢିଛି ତୈଳ ଦର । ଦେଶର ମେଟ୍ରୋସିଟିରେ ପେଟ୍ରୋଲ ୮୦ରେ ପହଞ୍ଚିଥିବା ବେଳେ ଡିଜେଲ ୭୨ରେ ପହଞ୍ଚିଛି ।

39

କନକ ବ୍ୟୁରୋ : ଦେଶରେ ଅଶୈାଧିତ ତୈଳ ଲଗାତାର ଷଷ୍ଠ ଦିନରେ ବଢିଛି । ତେବେ ମଙ୍ଗଳବାର ପୁଣିଥରେ ପେଟ୍ରୋଲ ଓ ଡିଜେଲ ଦାମ ବଢିବାରେ ଲାଗିଛି । ଫଳରେ ଦେଶର ଥିବା ସମସ୍ତ ମେଟ୍ରୋସିଟିରେ ଦର ୮୦ ଟପିଛି । ସାରା ଦେଶରେ ଏତେ ମାତ୍ରାରେ ଦର ବଢିବା କାରଣରୁ ଲୋକମାନେ ମଧ୍ୟ ନାହାଁନଥିବା ହଇରାଣ ହେଉଛନ୍ତି । କେବଳ ପେଟ୍ରୋଲ ନୁହେଁ ବରଂ ଡିଜେଲର ମଧ୍ୟ ସମପରିମାଣରେ ବଢିବାରେ ଲାଗିଛି । ବର୍ତ୍ତମାନ ଦେଶର ମେଟ୍ରୋସିିଟିରେ ଡିଜେଲ ଦର ୭୨ ଟଙ୍କାରେ ପହଞ୍ଚିଛି । କଲିକତା, ମୁମ୍ବାଇ, ଚେନ୍ନାଇ ଓ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲଗ ଦାମ ୮୦ଟଙ୍କାରେ ରହିଛି ।

ମିଳିଥିବା ସୂଚନା ଅନୁସାରେ ପେଟ୍ରୋଲ ଦର ମୁମ୍ବାଇରେ ସବୁଠାରୁ ଅଧିକ ରହିଛି । ସେଠାରେ ୮୪.୫୦ପଇସା ରହିଥିବା ଜଣାପଡିଛି । ଦିଲ୍ଲୀରେ ୭୭.୦୬ ରହିଥିବା ବେଳେ କଲିକତାରେ ୮୦ଟଙ୍କା ରହିଥିବା ବେଳେ ଚେନ୍ନାଇରେ ୮୦.୦୫ ପଇସା ରହିଛି । ଯଦି ଆମେ ଡିଜେଲର କଥା କହିବା ତେବେ ଦିଲ୍ଲୀରେ ୬୮.୫୦ପଇସା ଥିବା ବେଳେ କଲିକତାରେ ୭୧.୩୧ ପଇସା ରହିଛି । ସେହିପରି ମୁମ୍ବାଇରେ ୭୨.୭୨ ଓ ଚେନ୍ନାଇରେ ୭୨.୩୫ ଟଙ୍କା ରହିଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟର କହିବା ଅନୁସାରେ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ଦର ବଢୁଥିବାରୁ ଦେଶରେଏପରି ଭାବରେ ତୈଳ ଦର ବୃଦ୍ଧି ହେଉଛି । ଯେହେତୁ ଆମେମାନେ ବିଦେଶରୁ ତୈଳଦର ବୃଦ୍ଧି ହେଉଛି ତେଣୁ ଦର ବୃଦ୍ଧି କରାଯାଉଛି । ତେବେ ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଲଗାତାର ଭାବରେ ୪ର୍ଥ ଦିନ ତୈଳ ଦର ବୃଦ୍ଧି ହେଉଛି ।