ତେଲକୁ ନେଇ ରାଜନୀତି ! ନିର୍ବାଚନ ସମୟରେ କାହିଁକି ବଢେନି ପେଟ୍ରୋଲ ଦର, ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ ।

29

ବିଶୋଦ୍ଧିତ ତୈଳର ଦର ଦିନକୁ ଦିନ ବୃଦ୍ଧି ହେଉଥିବା ବେଳେ ତେଲ କମ୍ପାନୀ ମାନେ ଏପ୍ରିିଲ ୨୪ ରୁ ୨୯ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଦରଦାମକୁ ସ୍ଥଗିତ ରଖିଥିଲେ । ମଙ୍ଗଳବାରରୁ ରବିବାର ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ଦର ୭୪.୬୩ ଟଙ୍କା ପ୍ରତି ଲିଟର ଥିବା ବେଳେ ଡିଜେଲର ଦର ଲିଟର ପିଛା ୬୫.୯୩ ଟଙ୍କାରେ ସ୍ଥିର ରହିଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ଇଣ୍ଡିଆନ ଅଏଲ , ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମର ୯୦ ପ୍ରତିଶତ ଇନ୍ଧନ ରିଟେଲିଂରେ ନିୟନ୍ତ୍ରଣ ହୋଇଥାଏ । ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ , ସରକାରଙ୍କ କହିବା ଅନୁସାରେ ଦରଦାମର ସଂଶୋଧନ କରାଯାଏ । କିନ୍ତୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଖଣ୍ଡନ କରି କହିଛନ୍ତି କର୍ଣ୍ଣାଟକ ନିର୍ବାଚନକୁ ନେଇ ସରକାରଙ୍କ ତରଫରୁ ପେଟ୍ରୋଲରୁ ଉତ୍ପାଦିତ ତୈଳର ଦରଦାମରେ ଅଦଳବଦଳ କରିବା ପାଇଁ କୌଣସି ନିର୍ଦ୍ଦେଶ ଜାରି କରାଯାଇ ନାହିଁ ।

ଚାରୋଟି ମହାନଗରରେ ବଢିନି ପେଟ୍ରୋଲ ଦର :

ଇକୋନୋମିକ୍ସ ଟାଇମ୍ସ୍ରେ ଛପା ଯାଇଥିବା ରିପୋର୍ଟ ଅନୁସାରେ, ଏପ୍ରିଲ ୨୪ ରୁ ୨୯ ତାରିଖ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୪.୬୩ ଥିବା ବେଳେ ଡିଜେଲ ଦର ଲିଟର ପିଛା ୬୫.୯୩ ଟଙ୍କା ରହିଥିଲା । ଠିକ ସେହିଭଳି କୋଲକାତାରେ ପେଟ୍ରୋଲ ଏବଂ ଡିଜେଲ ଦର କ୍ରମଶଃ ୭୭.୩୨ ଏବଂ ୬୮.୬୩ ପ୍ରତି ଲିଟର ହିସାବରେ ରହିଥିଲା । କେବଳ ସେତିକି ନୁହେଁ ମୁମ୍ବାଇରେ ୮୨.୪୮ ଏବଂ ୭୦.୨ ଟଙ୍କା ପ୍ରତି ଲିଟର ଏବଂ  ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା  ୭୭.୪୩ ଟଙ୍କା ଥିବା ବେଳେ ଡିଜେଲ ଲିଟର ୬୯.୫୬ ଟଙ୍କା ରହିଥିଲା । ପେଟ୍ରୋଲ ଏବଂ ଡିଜେଲ ଉପରୁ ସରକାରଙ୍କ ନିୟନ୍ତ୍ରଣ ବହୁ ପୂର୍ବରୁ ଉଠିଯାଇଥିଲା । କିନ୍ତୁ ସନ୍ଦେହ କରାଯାଏ, ନିର୍ବାଚନ ସମୟରେ ସରକାର କମ୍ପାନୀ ମାନଙ୍କୁ ତୈଳର ଦରଦାମକୁ କିଛି ମାତ୍ରାରେ କମାଇ ଦେବା ପାଇଁ କହିଥାନ୍ତି । ଏବଂ ନିର୍ବାଚନ ପରେ ପୂନର୍ବାର ଦରଦାମକୁ ବଢାଇ ଦେଇଥାନ୍ତି ।

 

ଗୁଜୁରାଟ ନିର୍ବାଚନ ସମୟରେ ସ୍ଥିର ହୋଇଥିବା ଦରଦାମ :

ବିଶୋଦ୍ଧିତ ତୈଳକୁ ଦେଖି  ପେଟ୍ରୋଲ ଏବଂ ଡିଜେଲର ଦର ପ୍ରତିଦିନ ନିର୍ଦ୍ଧାରିତ କରାଯାଇଥାଏ । ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୧୭ ରେ ବିଧାନସଭା ନିର୍ବାଚନ ହୋଇଥିଲା । ଡିସେମ୍ବର ପୂର୍ବରୁ ଇଣ୍ଡିଆନ ଅଏଲ ୧୫ ଦିନ ପ୍ରାୟ ୧ ରୁ ୩ ପଇସା ପର୍ଯ୍ୟନ୍ତ ଇନ୍ଧନର ଦାମ ବଢାଇଥିଲା । କିନ୍ତୁ ନିର୍ବାଚନ ପରେ ଇନ୍ଧନର ଦର ଅଧିକରୁ ଅଧିକ ବୃଦ୍ଧି ପାଇବାର ଦେଖାଦେଇଥିଲା । ତେଣୁ ଲୋକ ମାନେ ଏହି ପ୍ରକ୍ରିୟାକୁ ସରକାରଙ୍କ ଏକ ଚାଲ ବୋଲି କହୁଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଖଣ୍ଡନ କରିଥିଲେ ।