ପୁଣି ମୁଣ୍ଡ ବିନ୍ଧାଇଲା ତେଲ ଦର ! ମୁମ୍ବାଇରେ ୯୦ ଛୁଇଁଲା ପେଟ୍ରୋଲ, ଶହେ ଟପିଯିବା ଆଶଙ୍କା ପ୍ରକାଶ କଲେ ବିଶେଷଜ୍ଞ, ସେପଟେ ବଢ଼ୁଛି ଜନ ଅସନ୍ତୋଷ ।

49

କନକ ବ୍ୟୁରୋ : ବଢୁଛି ତୈଳ ଦର । ଦିନକୁ ଦିନ ତୈଳ ଦରର ଦାମ ବଢ଼ିବାରେ ଲାଗିଛି । ତୈଳ ଦର ବଢ଼ିବାକୁ ନେଇ ରାଜନୀତି ମହଲରେ ମଧ୍ୟ ଆରୋପ ପ୍ରତ୍ୟାରୋପ ଦେଖାଦେଇଛି । ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୧ ଟଙ୍କା ୨୮ ପଇସା ଥିବା ବେଳେ ଡ଼ିଜେଲ ଲିଟର ପିଛା ୭୩ ଟଙ୍କା ୩୦ ପଇସା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୮୮ଟଙ୍କା ୬୭ ପିସା ଥିବା ବେଳେ ଡ଼ିଜେଲ ଦାମ୍ ୭୭ ଟଙ୍କା ୮୨ ପଇସା ରହିଛି ।

ଲଗାତାର ଭାବେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଥିବାରୁ ଓ ଅଶୌଧିତ ତୈଳର ଦାମ ବୃଦ୍ଧିପାଉଥିବାରୁ ପେଟ୍ରୋଲ ଡିଜେଲ ଦର ବୃଦ୍ଧିପାଇବାରେ ଲାଗିଛି । ତେବେ ତୈଳ ଦର ବୃଦ୍ଧିକୁ ନେଇ ଜାତୀୟ ରାଜନୀତି ମଧ୍ୟ ତେଜିବାରେ ଲାଗିଛି । ବିରୋଧୀ ଦଳ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପର ଖେଳ । ଏହା ଏକ ରାଜନୈତିକ ମୁଦ୍ଦା ପାଲଟି ଯାଇଥିବା ବେଳେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ତେବେ ତୈଳ ଦର ୧୦୦ ଟଙ୍କା ଟପିବା ଆଶଙ୍କା ରହିଥିବା ଅନୁମାନ କରିଛନ୍ତି ବିଶେଷଜ୍ଞ ।