ପୁଣି ବଢିଲା ତେଲ ଦର : ଲିଟର ପିଛା ପେଟ୍ରୋଲ ୧ ଟଙ୍କା ୩୪ ପଇସା ମହଙ୍ଗା, ସେପଟେ ଡିଜେଲ ଦର ବି ୨ ଟଙ୍କା ୩୭ ପଇସା ବଢିଲା

34

କନକ ବ୍ୟୁରୋ : ପୁଣି ବଢିଛି ତେଲ ଦର । ଉଭୟ ପେଟ୍ରୋଲ ଓ ଡିଜେଲ ଦର ବଢିଛି । ନୂଆ ଦର ମଧ୍ୟରାତ୍ରରୁ ଲାଗୁ ହୋଇଛି । ପେଟ୍ରୋଲ ଲିଟର ପିଛା ୧ ଟଙ୍କା ୩୪ ପଇସା ବଢିଥିବା ବେଳେ ଡିଜେଲ ଦର ୨ ଟଙ୍କା ୩୭ ପଇସା ବଢିଛି । ବିଶ୍ୱ ବଜାରରେ ଅଶୋଧିତ ତେଳ ଦର ବୃଦ୍ଧି ହୋଇଥିବାରୁ ଏହି ତେଲ ଦର ବଢିଥିବା କୁହାଯାଉଛି । ଡଲାର ଓ ଟଙ୍କା ବିନିମୟ ମୂଲ୍ୟ ତାରତମ୍ୟ ଏହାର ଅନ୍ୟ ଏକ କାରଣ ବୋଲି ତେଲ କଂପାନୀ ମାନେ କହିଛନ୍ତି । ଅକ୍ଟୋବର ୫ରେ ପେଟ୍ରୋଲ ଦର ୧୪ ପଇସା ବଢିଥିଲା ଏବଂ ଡିଜେଲ ଦର ଲିଟର ପିଛା ୧୦ ପଇସା ବଢିଥିଲା ।