କମିଲା ତେଲ ଦର ! ଲିଟର ପିଛା ପେଟ୍ରୋଲ ୨ଟଙ୍କା ୧୬ ଓ ଡିଜେଲ ୨ ଟଙ୍କା ୧୦ ପଇସା ହ୍ରାସ ପାଇଲା

38

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୧୬ ପଇସା କମିଥିବାବେଳେ ଡିଜେଲ କମିଛି ୨ଟଙ୍କା ୧୦ ପଇସା । ଗତ ମଧ୍ୟରାତ୍ରିରୁ ଏହି ଦର କାର୍ଯ୍ୟକାରୀ ହୋଇଛି । ତେବେ ମୂଲ୍ୟ ହ୍ରାସରେ ସ୍ଥାନୀୟ ଟିକସକୁ ସାମିଲ କରାଯାଇନାହିଁ ।

ମେ ପହିଲାରେ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଲିଟର ପିଛା ୨ ପଇସା ଓ ଡିଜେଲ ଦର ଲିଟର ପିଛା ୫୨ ପଇସା ବୃଦ୍ଧି କରିଥିଲେ । ଏପ୍ରିଲ ୧୬ରେ ବି ତୈଳଦର ବୃଦ୍ଧି ପାଇଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଓ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସବୃଦ୍ଧିକୁ ନେଇ ପ୍ରତି ୧୫ ଦିନରେ ଥରେ ପେଟ୍ରୋଲ ଓ ଡିଜେଲ ଦର ନିର୍ଦ୍ଧାରଣ କରାଯାଉଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –