ଆପଣ ମଧ୍ୟ ପେଟ୍ରୋଲ୍ ଭର୍ତ୍ତି କଲା ବେଳେ ଏଭଳି ଖାମଖିଆଲ ଭାବ ରଖୁଛନ୍ତି କି ? ପେଟ୍ରୋଲ୍ ଭର୍ତ୍ତି କଲା ବେଳେ ଏହି ୫ ଟି ଦିଗ ଉପରେ ଧ୍ୟାନ ଦିଅନ୍ତୁ ନହେଲେ ଠକାମୀର ହେବେ ଶିକାର !

2,544

ପ୍ରତିଦିନ ବଢୁଥିବା ପେଟ୍ରୋଲ୍ ର ଦାମ୍ କୁ ନେଇ ଗ୍ରାହକ ଚିନ୍ତାରେ ଥିବା ବେଳେ ପେଟ୍ରୋଲ୍ ପମ୍ପ ବାଲାଙ୍କ ଠକାମୀ ଗ୍ରାହକଙ୍କୁ ଆହୁରି ଚିନ୍ତାରେ ପକାଇଦିଏ । ୧ ଲିଟର ପେଟ୍ରୋଲ୍ କହି ବେଳେ ବେଳେ ଅଧଲିଟର ପେଟ୍ରୋଲ୍ ଗାଡିରେ ପକାଇଦିଅନ୍ତି ଯାହା ଗ୍ରାହକଙ୍କ ପାଇଁ ବୋଝ ଉପରେ ନଳିତା ବିଡା ପରି ମନେ ହୁଏ । ବଡ ଚାଲାକର ସହ ସେମାନେ ଗ୍ରାହକଙ୍କୁ ଠକିନିଅନ୍ତି ଏବଂ କମ୍ ପେଟ୍ରୋଲ୍ ଦେଇଦିଅନ୍ତି । ତେବେ ଆଜି ଆମେ ଆପଣଙ୍କୁ କିଛି ଟ୍ରିକ୍ ବିଷୟରେ କହିବାକୁ ଯାଉଛୁ ଯାହା ପେଟ୍ରୋଲ୍ ଭର୍ତ୍ତି କରୁଥିବା ବେଳେ ନଜର ଦେଲେ ଆପଣ ଠକାମୀ ବଚିଂପାରିବେ ।

ନିଡିଲ୍ ଟିକେ ବାହାରକୁ ରଖନ୍ତୁ : ପେଟ୍ରୋଲ୍ ଭର୍ତ୍ତି କରୁଥିବା ସମୟରେ ପେଟ୍ରୋଲ୍ ପମ୍ପ୍ ବାଲା ନିଡିଲ୍ କୁ ତଳୁଆ ରଖିଦିଏ ଯାହା ଦ୍ୱାରା ପେଟ୍ରୋଲ୍ ଟାଙ୍କିରେ ପଡୁଛି କି ନାହିଁ ମଧ୍ୟ ଜଣାପଡେ ନାହିଁ । ତେଣୁ ନିଡିଲ୍ କୁ ଟିକେ ବାହାର କରିରଖନ୍ତୁ ଯାହାଦ୍ୱାରା ଆପଣ ଜାଣିପାରିବେ ଯେ ତେଲ ଗାଡିରେ ପଡୁଛି କି ନାହିଁ ।

ଶୂନରୁ ମିଟରକୁ ଷ୍ଟାର୍ଟ କରାନ୍ତୁ : ଅଧିକାଂଶ ସମୟରେ ପେଟ୍ରୋଲ୍ ସେଲ୍ସ କର୍ମୀ ପମ୍ପରେ ନୂଆ ନୂଆ ଅଫର ଦେଇଥାଏ । କଥା ଆଳରେ ସେମାନେ ଆପଣଙ୍କୁ ଠକିଥାନ୍ତି । କେତେ ଥର ତ ଆପଣଙ୍କୁ ଶୂନ ଦେଖାଯାଇଥାଏ କିନ୍ତୁ ମିଟରରେ ଆପଣଙ୍କୁ ମଗାଯାଇଥିବା ପେଟ୍ରୋଲର ମୂଲ୍ୟ ସେଟ୍ ହୋଇ ରହିନଥାଏ । ଧ୍ୟାନ ରଖନ୍ତୁ ଆପଣଙ୍କୁ ଯେତେ ପେଟ୍ରୋଲ୍ ଭର୍ତ୍ତି କରିବାର ଅଛି ସେତିକି ଟଙ୍କାକୁ ହିଁ ମିଟର ସେଟ୍ କରନ୍ତୁ ।

ଅଧା ଟାଙ୍କି ହେବା କ୍ଷଣି ପେଟ୍ରୋଲ୍ ଭର୍ତ୍ତି କରନ୍ତୁ : ବ୍ୟସ୍ତବହୁଳ ଜୀବନ ଭିତରେ ପେଟ୍ରୋଲ୍ ଭର୍ତ୍ତି କରିବା ପାଇଁ ଆମ ପାଖରେ ସମୟର ଅଭାବ ଥାଏ । କିନ୍ତୁ ତେଲ ସମ୍ପୁର୍ଣ୍ଣ ଶେଷ ହେବା ପରେ ଭର୍ତ୍ତି କରିବା ଏକ ଖରାପ ସଙ୍କେତ ଦେଇଥାଏ ତେଣୁ ତେଲ ଅଧା ହେବାକ୍ଷଣି ହିଁ ଟାଙ୍କିରେ ଭର୍ତ୍ତି କରନ୍ତୁ । ଖାଲି ଟ୍ୟାଙ୍କ ଥିବାରୁ ଏଥିରେ ପବନ ପଶିଯାଏ ଏବଂ ପେଟ୍ରୋଲର ମାତ୍ରା ମଧ୍ୟ କମ୍ ହୋଇଯାଏ ।

ଗାଡି ଚଲାଇବା ସମୟରେ ରହି ରହି ଚାଲୁଥିଲେ ସତର୍କ ରୁହନ୍ତୁ : ପେଟ୍ରୋଲ୍ ଭର୍ତ୍ତି କରୁଥିବା ସମୟରେ ଯଦି ମିଟର ବାରମ୍ବାର ରହୁଛି ତେବେ ଆପଣ ମଧ୍ୟ ରହିଯାଆନ୍ତୁ । ଏଭଳି ସ୍ଥିତିରେ ପେଟ୍ରୋଲର ମାତ୍ରା ମଧ୍ୟ କମ୍ ହୋଇଯାଏ । ଏଥିପାଇଁ ଯଦି ଏଭଳି ମେସିନ୍ କେଉଁ ପେଟ୍ରୋଲ୍ ପମ୍ପରେ ଅଛି ତେବେ ଏହି ମେସିନରୁ ପେଟ୍ରୋଲ୍ ଭର୍ତ୍ତି କରନ୍ତୁ ନାହିଁ । ଏହା ଆପଣଙ୍କ ଗାଡି ପାଇଁ କ୍ଷତିକାରକ ହୋଇପାରେ ।

ଶୀଘ୍ର ଚାଲୁଥିବା ମିଟର ଉପରେ ଧ୍ୟାନ ଦିଅନ୍ତୁ : ପେଟ୍ରୋଲ୍ ଭର୍ତ୍ତି କରୁଥିବା ସମୟରେ ମିଟର ଯଦି ଶୀଘ୍ର ଚାଲୁଛି ତେବେ ସତର୍କ ହୋଇଯାଆନ୍ତୁ । ପେଟ୍ରୋଲ୍ କର୍ମୀଙ୍କୁ ମିଟରର ସ୍ପୀଡ୍ ନର୍ମାଲ୍ କରିବାକୁ କୁହନ୍ତୁ ।