ତେଲ ଦର ହ୍ରାସ ପରେ ତାତିଲା ବିଜେପି । ଭାଟ୍ କମାଇବା ଦାବିରେ ସରକାରଙ୍କ ବିରୋଧରେ ପ୍ରତିବାଦ, ବିଜେଡ଼ିର ଜବାବ ୨୦୧୪ ଦର ଲାଗୁ କରୁ କେନ୍ଦ୍ର ।

40

କନକ ବ୍ୟୁରୋ: ତେଲ ଦର କମିଲା ବଢ଼ିଲା ରାଜନୀତି । କେନ୍ଦ୍ର ସରକାରଙ୍କ ତେଲ ଦର କମାଇବା ନିଷ୍ପତି ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଗତକାଲି କେନ୍ଦ୍ର ସରକାର ଅହେତୁକ ଭାବେ ବୃଦ୍ଧି ପାଉଥିବା ତୈଳ ଦର ଉପରେ ବ୍ରେକ୍ ଲଗାଇଥିଲେ । ଯାହା ଫଳରେ ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨ ଟଙ୍କା ୫୦ ପଇସା ମୂଲ୍ୟ ହ୍ରାସ କରାଯାଇଛି । ଏହାସହିତ ଗତକାଲି ସମସ୍ତ ରାଜ୍ୟ ସରକାରଙ୍କୁ ଉତ୍ପାଦ ଶୁଳ୍କ ଭାଟ୍ ୨ ଟଙ୍କା ୫୦ ପଇସା ହ୍ରାସ କରିବା ପାଇଁ ଅପିଲ୍ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ସେହି ପରିପ୍ରେକ୍ଷୀରେ ଦେଶର ୧୩ଟି ରାଜ୍ୟର ବିଜେପି ସରକାର ପେଟ୍ରୋଲ ଓ ଡିଜେଲ ଦର କମାଇବା ପରେ ଏବେ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ ବିଜେପି ।
ଏନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରି ବିଜେପି କରିଛି ପ୍ରତିବାଦ । ବିଜେପିର ଅଭିଯୋଗ ତୁଚ୍ଛା ରାଜନୀତି କରୁଛି ବିଜେଡ଼ି । କାରଣ ଦେଶର ୧୩ଟି ରାଜ୍ୟ ଉତ୍ପାଦ ଶୁଳ୍କ ୨ ଟଙ୍କା ୫୦ ପଇସା କମାଇବାକୁ ନିଷ୍ପତି ନେଇଥିଲାବେଳେ ଓଡ଼ିଶା ସରକାର କାହିଁକି ଛାଡ଼ କରୁନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ଗତକାଲି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨ଟଙ୍କା ୫୦ ପଇସା କମାଇଥିଲେ କେନ୍ଦ୍ର ସରକାର । ଉତ୍ପାଦ ଶୁଳ୍କ ଉପରୁ ୧ ଟଙ୍କା ୫୦ ପଇସା ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଥିଲେ । ଏହା ସହ ତେଲ କମ୍ପାନୀ ମାନେ ଲିଟର ପିଛା ୧ ଟଙ୍କା ଛାଡ କରିବେ ବୋଲି ଘୋଷଣା ହୋଇଥିଲା । ରାଜ୍ୟମାନଙ୍କୁ ମଧ୍ୟ ଭାଟ୍ ଛାଡ କରିବାକୁ ଅନୁରୋଧ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ।

BJD-BJPଅନପଟେ ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅନୁରୋଧ ପରେ ରାଜ୍ୟ ସରକାର ଭାଟ୍ ହ୍ରାସ କରିବା ପାଇଁ ବିଚାର ବିମର୍ଷ କରୁଛନ୍ତି ବୋଲି କହିଥିଲେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ତେବେ ବିଜେପିର ପ୍ରତିବାଦ ଧୂଆଁବାଣ ସଦୃଶ । ଦୀର୍ଘ ସାଢ଼େ ୪ ବର୍ଷ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ୍ ଉପରେ ୧୧ ଲକ୍ଷ କୋଟି ଟଙ୍କା ରାଜସ୍ୱ ପାଇଛନ୍ତି କେନ୍ଦ୍ର ସରକାର । ସେହି ତୁଳନାରେ ୨୦୧୪ରେ ଡିଜେଲ ଉତ୍ପାଦ ଶୁଳ୍କ ୩ ଟଙ୍କା ୫୦ ପଇସା ଏବଂ ପେଟ୍ରୋଲ ଉପରେ ୯ ଟଙ୍କା ଥିବା ମୂଲ୍ୟକୁ ଲାଗୁ କରନ୍ତୁ ।  କେନ୍ଦ୍ର ସରକାର ୧ ଟଙ୍କା ୫୦ ପଇସା ହ୍ରାସ କରିବା ସମୂଦ୍ରକୁ ଶଙ୍ଖେ ଭଳି ସଦୃଶ । ଏବଂ ଦେଶର ୨୧ଟି ବିଜେପି ଶାସିତ ରାଜ୍ୟ ମଧ୍ୟରୁ ଅନେକ ଏ ପର୍ଯ୍ୟନ୍ତ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅପିଲ୍ କୁ ପାଳନ କରି ନାହାନ୍ତି । ତେଣୁ ପ୍ରଥମେ ନିଜ ଘର କଥା ସଜାଡନ୍ତୁ ବୋଲି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।