ତେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦ : ଦ୍ୱିତୀୟ ଦଫା ଆନ୍ଦୋଳନ ପାଇଁ ବିଜେଡିର ସଜବାଜ, ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଓ ବିଜେପିକୁ କଟାକ୍ଷ

21

କନକ ବ୍ୟୁରୋ : ବଢୁଥିବା ତେଲ ଦରକୁ ନେଇ ପୁଣି ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ଆସନ୍ତା ୧ ତାରିଖରେ ରାଜଭବନ ସାମ୍ନାରେ ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ଆନ୍ଦୋଳନ କରିବ । ଚଳିତ ବର୍ଷ କେନ୍ଦ୍ର ସରକାର ୧୪ ଥର ପେଟ୍ରୋଲ ଓ ଡିଜେଲ୍ ଦର ବଢାଇଥିବା ଅଭିଯୋଗ କରିଛି ବିଜେଡି । ବିଜେଡି ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା କହିଛନ୍ତି ୨୦୧୪ ତୁଳନାରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଏକ୍ସସାଇଜ ଡ୍ୟୁଟି ୧୧୧ ପ୍ରତିଶତ ବଢାଇଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଯୋଗୁଁ ପେଟ୍ରୋଲ ଡିଜେଲ ମହଙ୍ଗା ହେଉଥିବା କେନ୍ଦ୍ର ସରକାର ଓଲଟା ଯୁକ୍ତି ବାଢୁଥିବା ବିଜେଡି ଅଭିଯୋଗ କରିିଛି । ରାଜ୍ୟ ସରକାରଙ୍କୁ ଦୋଷ ଲଦୁଛନ୍ତି । ଏନେଇ ପୂର୍ବରୁ ବାରମ୍ବାର ବିଜେଡ଼ି ସ୍ୱର ଉତ୍ତେ।ଳନ କରିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଚେତା ପଶିନି ।

source : Odisha Sun Times

ବିେଜଡି ଆହୁରି କହିଛି ଯେ ଉଜ୍ଜଳା ଯୋଜନା ଦ୍ବାରା ରନ୍ଧନ ଗ୍ୟାସ ବଣ୍ଟନ କ୍ଷେତ୍ରରେ ଏକ ବୃହତ ଦୁର୍ନୀତି ସାମ୍ନାକୁ ଆସିଛି । ଏହି ଦୁର୍ନୀତି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରୁ ଆରମ୍ଭ ହୋଇଥିବା ବେଳେ ଏହାର ଚେର ଓଡ଼ିଶା ସାରା ମାଡ଼ିଛି ବୋଲି ଜଣାପଡିଲାଣି । ସ୍ଥିତି ଏେତ ଗମ୍ଭୀର ଯେ ଆଇଓସିଏଲ୍ କର୍ତୃପକ୍ଷଙ୍କୁ ବାଧ୍ୟବାଧକତାରେ ସମ୍ମୁଖକୁ ଆସି ଦୁର୍ନୀତି ହୋଇଛି ବୋଲି ସ୍ବୀକାର କରିବାକୁ ପଡିଛି । ଗ୍ୟାସ ଏେଜନ୍ସିକୁ ମଧ୍ୟ ନିଲମ୍ବିତ କରିଥିବା ସେମାନେ ସ୍ବୀକାର କରିଛନ୍ତି । ପେଟ୍ରୋଲ ଓ ଡିଜେଲ ସହ ପେଟ୍ରୋଲିୟମ ପ୍ରଡକ୍ଟକୁ ଜିଏସଟି ପରିସରଭୁକ୍ତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ କହି ଆସୁଥିଲେ ସୁଦ୍ଧା ଏଯାବତ୍ ତାହା କରିବାରେ ବିଜେପି ସରକାର ବିଫଳ ରହିଥିବା ବିଜେଡି କହିଛି ।