କମିଲା ତେଲ ଦର ! ପେଟ୍ରୋଲ ଲିଟର ପିଛା ୩ଟଙ୍କା ୭୭ ପଇସା ଏବଂ ଡିଜେଲ୍ ୨ଟଙ୍କା ୯୧ ପଇସା ଶସ୍ତା

23

କନକ ବ୍ୟୁରୋ : କମିଲା ତେଲ ଦର । ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୭୭ ପଇସା ଶସ୍ତା ହୋଇଛି । ସେହିପରି ଡିଜେଲ୍ ଲିଟର ପିଛା ୨ ଟଙ୍କା ୯୧ ପଇସା ହ୍ରାସ ପାଇଛି । ଗତକାଲି ମଧ୍ୟ ରାତ୍ରରୁ ଲାଗୁ ହୋଇଛି ନୂଆ ଦର । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବା ଫଳରେ ତେଲ ଦର କମିଛି । ବର୍ଷେ ଭିତରେ ପେଟ୍ରୋଲ ଦରରେ ଏହା ସର୍ବାଧିକ ପରିମାଣରେ ହ୍ରାସ ବୋଲି ଜଣାପଡିଛି ।