ଆଜିଠୁ ପ୍ରତିଦିନ ସକାଳୁ ଜାଣିବେ ଦିନର ପେଟ୍ରୋଲ, ଡିଜେଲ ଦର ! ମଧ୍ୟରାତ୍ରିରେ ନୁହେଁ, ସକାଳ ୬ଟାରେ ନିର୍ଦ୍ଧାରିତ ହେବ ତୈଳ ଦର

26

କନକ ବ୍ୟୁରୋ : ଆଜିଠୁ ପ୍ରତିଦିନ ବଦଳିବ ପେଟ୍ରୋଲ ଓ ଡିଜେଲ ଦର । ତୈଳ କଂପାନୀ ଗୁଡିକ ଅନୁଯାୟୀ ପୁରା ବିଶ୍ୱରେ ଏବେ ଏଭଳି ହେଉଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ପେଟ୍ରୋଲ୍-ଡିଜେଲର ଦାମ୍ ମାତ୍ର କିଛି ପଇସା ବଢ଼ିବା ଓ କମିବା ସହ ଖୁବ୍ କମ୍ ଥର ୧ ଟଙ୍କା ଲେଖାଏଁ ବଢିବ । ତୈଳ ଦରରେ ଏଭଳି ପରିବର୍ତ୍ତନ ଦ୍ୱାରା ତୈଳ କଂପାନୀ ଗୁଡିକୁ ଖୁବ୍ କମ୍ କ୍ଷତି ସହିବାକୁ ପଡିବ ।

କିନ୍ତୁ ସାଧାରଣ ଜନତାଙ୍କ ଉପରେ ଏନେଇ ଅଧିକ ବୋଝ ପଡିପାରେ । ପେଟ୍ରୋଲର ଦାମ୍ ପ୍ରତିଦିନ ସ୍ଥିର କରାଯିବା ଫଳରେ ଏହାର ପ୍ରଭାବ ଜନତାଙ୍କ ଉପରେ ପଡିବା ନେଇ ଆଶଙ୍କା କରାଯାଉଛି । ପ୍ରଥମେ କେବଳ ୫ଟି ସହରକୁ ଛାଡି ସାରା ଦେଶରେ ପ୍ରତି ୧୫ ଦିନରେ ଥରେ ପେଟ୍ରୋଲ୍-ଡିଜେଲ୍ ଦର ବଦଳୁଥିଲା । କିନ୍ତୁ ଆଜିଠୁ ପ୍ରତିଦିନ ପେଟ୍ରୋଲ୍-ଡିଜେଲ୍ ଦର ପରିବର୍ତ୍ତନ ହେବ ।