ପ୍ରତିଦିନ ବଦଳିବ ପେଟ୍ରୋଲ, ଡିଜେଲ ଦର ! ମେ’୧ରୁ ୫ଟି ସହରରେ ଲାଗୁ

29

କନକ ବ୍ୟୁରୋ : ପ୍ରତିଦିନ ବଦଳିବ ପେଟ୍ରୋଲ, ଡିଜେଲ ଦର । ଅନ୍ତର୍ଜାତୀୟ ତୈଳଦର ଅନୁସାରେ ଏହି ଦର ବଦଳିବ । ଏନେଇ ଆଜି ଘୋଷଣା କରାଯାଇଛି । ଦେଶର ପ୍ରାୟ ୫୮ ହଜାର ପେଟ୍ରୋଲ ପମ୍ପ ମଧ୍ୟରୁ ପ୍ରାୟ ୯୫ ପ୍ରତିଶତ ଭାରତୀୟ ତୈଳ କମ୍ପାନୀଗୁଡିକ ଦ୍ୱାରା ଅଧିକୃତ । ଇଣ୍ଡିଆନ୍ ଅଏଲ କର୍ପୋରେସନ୍, ଭାରତ ପେଟ୍ରୋଲିଅମ୍ କର୍ପୋରେସନ ଲିମିଟେଡ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିଅମ୍ କର୍ପୋରେସନ ଲିମିଟେଡ୍ ଏହାକୁ ଲାଗୁ କରିବେ ।

ଦୈନିକ ତୈଳ ମୂଲ୍ୟ ପରିବର୍ତନ ପାଇଁ ଏକ ପାଇଲଟ୍ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବ । ମେ ପହିଲାରୁ ଏହି ଦର ଲାଗୁ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ଦେଶର ୫ଟି ସହରରେ ଏହା କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁଡୁଚେରୀ, ଆନ୍ଧ୍ରପ୍ରଦେଶର ଭାଇଜାଗ, ରାଜସ୍ଥାନର ଉଦୟପୁର, ଝାଡଖଣ୍ଡର ଜାମସେଦପୁର ଏବଂ ଚଣ୍ଡିଗଡରୁ ଏହି ନୂଆ ନିୟମ ଆରମ୍ଭ ହେବ । ତେବେ ଏହାର କାର୍ଯ୍ୟକାରିତାକୁ ଲକ୍ଷ୍ୟ କରି ଦେଶର ବାକି ସହରରେ ଏହା ଲାଗୁ କରିବା ନେଇ ପରେ ନିଷ୍ପତି ନିଆଯିବ ।