ବଜେଟ ଇଫେକ୍ଟ ! କମିଲା ପେଟ୍ରୋଲ-ଡିଜେଲ ଦର, ୨ ଟଙ୍କା ହେଲା ଶସ୍ତା

35

କନକ ବ୍ୟୁରୋ : ବଜେଟ ଆଣିଲା ଖୁସିଖବର । ଲଗାତାର ହୁ ହୁ ହୋଇ ବଢି ଚାଲି୍ଥିବା ପେଟ୍ରୋଲ ଓ ଡିଜେଲ ଦର ଆଜି ଦୁଇଟଙ୍କା ହ୍ରାସ ପାଇଛି । ଆଜି ବଜେଟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ଶସ୍ତା ହୋଇଛି ପେଟ୍ରୋଲ-ଡିଜେଲ । ପୂର୍ବରୁ ଅଣ ବ୍ରାଣ୍ଡେଡ ପେଟ୍ରୋଲ ଲିଟର ପ୍ରତି ଉତ୍ପାଦ ଶୁଳ୍କ ୬.୪୮ ପ୍ରତିଶତ ଥିବା ବେଳେ ଏବେ ୬.୪୮ ପ୍ରତିଶତକୁ କମାଇ ଦିଆଯାଇଛି। ସେହିପରି ପୂର୍ବରୁ ବ୍ରାଣ୍ଡେଡ ପେଟ୍ରୋଲ ଲିଟର ପ୍ରତି ୭.୬୬ ପ୍ରତିଶତ ଥିବା ବେଳେ ଏବେ ଏହାକୁ ୫.୬୬ ପ୍ରତିଶତକୁ କମାଇ ଦିଆଯାଇଛି। ସେହିପରି ଅଣ ବ୍ରାଣ୍ଡେଡ ଡିଜେଲ ଲିଟର ପ୍ରତି ୮.୩୩ ପ୍ରତିଶତ ଥିବା ବେଳେ ଏବେ ଏହା ୬.୩୩ ପ୍ରିତିଶତ କମିଛି। ବ୍ରାଣ୍ଡେଡ ଡିଜେଲ ଲିଟର ୧୦.୬୯ ପ୍ରତିଶତ ଥିବା ବେଳେ ଏବେ ଏହା ୮.୬୯ ପ୍ରତିଶତକୁ କମିଯାଇଛି ।

india-oil-price_9b128900-4c39-11e7-942b-1b07039b2a8cପେଟ୍ରୋଲ ଓ ଡିଜେଲ ଦର ହ୍ରାସ ହେତୁୁ ସାଧାରଣ ଲୋକ କିଛି ମାତ୍ରାରେ ଆଶ୍ୱସ୍ତ ହୋଇଛନ୍ତି । କିନ୍ତୁ ଏବେ ମଧ୍ୟ ଦେଶର ଅଧିକାଂଶ ସ୍ଥାନରେ ପେଟ୍ରୋଲ ଦର ୭୦ ଟଙ୍କା ଉପରେ ରହିଛି । ମୁମ୍ବାଇରେ ଆଜି ପେଟ୍ରୋଲ ଦର ୮୦ ଟଙ୍କା ଥିବା ବେଳେ ଦିଲ୍ଲୀରେ ୭୩ ଟଙ୍କା ଉପରେ ରହିଛି । ସେହିଭଳି ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୭୧ ଉପରେ ରହିଛି । ପୂର୍ବରୁ ତେଲ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଏହା ଉପରୁ ଉତ୍ପାଦ ଶୁଳକ ହ୍ରାସ କରିବାକୁ କିଛି ଦିନ ତଳେ ପେଟ୍ରୋଲିୟମ ମନ୍ତ୍ରାଳୟ ଅର୍ଥମନ୍ତ୍ରାଳୟକୁ ଅନୁରୋଧ କରିଥିଲା । ଏହା ସହିତ ରାଜ୍ୟସରକାରମାନେ ମଧ୍ୟ ଉତ୍ପାଦ ଶୁଳକ ହ୍ରାସ କରନ୍ତୁ ବୋଲି ପେଟ୍ରୋଲିୟମ ମନ୍ତ୍ରାଳୟ ଅନୁରୋଧ କରିଥିଲା । କାରଣ ପେଟ୍ରୋଲ ଓ ଡିଜେଲ ଏପର୍ୟ୍ୟନ୍ତ ଜିଏସଟି ମଧ୍ୟରେ ସାମିଲ ହୋଇ ନଥିବାରୁ ଏହା ଉପରେ କେନ୍ଦ୍ର ସରକାର ଓ ରାଜ୍ୟସରକାରମାନେ ଉତ୍ପାଦ ଶୁଳକ ଆଦାୟ କରୁଛନ୍ତି ।