କମିଲା ତେଲ ଦର : ପେଟ୍ରୋଲ ଲିଟର ପିଛା ୧.୪୬ ପଇସା ଓ ଡିଜେଲ ଲିଟର ପିଛା ୧. ୫୩ ପଇସା ଶସ୍ତା

33

କମିଲା ତେଲ ଦର । ପେଟ୍ରୋଲ ଲିଟର ପିଛା ୧ଟଙ୍କା ୪୬ ପଇସା କମିଥିବା ବେଳେ ଡିଜେଲ ଲିଟର ପିଛା ୧ଟଙ୍କା ୫୩ ପଇସା ଶସ୍ତା ହୋଇଛି । ଅଶୋଧିତ ତେଲ ଦର ପରିବର୍ତ୍ତନ ଯୋଗୁଁ ଏହି ଦର ପରିବର୍ତ୍ତନ ହୋଇଥିବା କୁହାଯାଉଛି । ଗତ ୫ ତାରିଖରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବଢିଥିଲା । ସେପ୍ଟେମ୍ବର ଠାରୁ ୬ଥର ଦର ବଢିବା ପରେ ପ୍ରଥମ ଥର ଏହି ଦର କମିଛି । ଗତ ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହୋଇଛି ।