କନକ ବ୍ୟୁରୋ : ଆଜିଠୁ ପ୍ରତିଦିନ ବଦଳିବ ପେଟ୍ରୋଲ ଓ ଡିଜେଲ ଦର । ତେଲ କଂପାନୀ ଗୁଡିକ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ କରାଯାଇଛି । ପେଟ୍ରୋଲ ଲିଟର ପିଛା ୧ଟଙ୍କା ୧୨ ପଇସା, ଡିଜେଲ ଲିଟର ପିଛା ୧ଟଙ୍କା ୨୪ ପଇସା କମିଛି । ଦଶରେ ପ୍ରତି ୧୫ ଦିନରେ ଥରେ ପେଟ୍ରୋଲ୍-ଡିଜେଲ୍ ପ୍ରାଇସ୍ ବଦଳୁଥିଲା । କିନ୍ତୁ ଆଜିଠୁ ପ୍ରତିଦିନ ପେଟ୍ରୋଲ୍-ଡିଜେଲ୍ ଦର ପରିବର୍ତ୍ତନ ହେବ ।

ଅନ୍ତରାଷ୍ଟ୍ରୀୟ ସ୍ତରରେ ପେଟ୍ରୋଲ୍-ଡିଜେଲର ଦାମ୍ ମାତ୍ର କିଛି ପଇସା ବଢ଼ିବା ଓ କମିବା ସହ ଖୁବ୍ କମ୍ ଥର ୧ ଟଙ୍କା ଲେଖାଏଁ ବଢିବ । ତୈଳ ଦରରେ ଏଭଳି ଡାଇନାମିକ୍ ପରିବର୍ତ୍ତନ ଦ୍ୱାରା ତୈଳ କଂପାନୀ ଗୁଡିକୁ ଖୁବ୍ କମ୍ କ୍ଷତି ସହିବାକୁ ପଡିବ । କିନ୍ତୁ ସାଧାରଣ ଜନତାଙ୍କ ଉପରେ ଏନେଇ ଅଧିକ ବୋଝ ପଡିପାରେ । ପେଟ୍ରୋଲର ଦାମ୍ ପ୍ରତିଦିନ ସ୍ଥିର କରାଯିବା ଫଳରେ ଏହାର ପ୍ରଭାବ ଜନତାଙ୍କ ଉପରେ ପଡିବା ନେଇ ଆଶଙ୍କା କରାଯାଉଛି ।