ଦେଶରେ ବଢୁଥିବା ତୈଳଦରରେ ପ୍ରତିବନ୍ଧକ ଲଗାଇବା ପାଇଁ ଦିଲ୍ଲୀର ଏନସିଆର କୋର୍ଟରେ ଦାୟର ହେଲା ମାମଲା

32

କନକ ବ୍ୟୁରୋ : ଦେଶରେ ଲଗାତାର ଭାବରେ ତୈଳଦର ବୃଦ୍ଧି ପାଇଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀାନ ହେଉଛନ୍ତି । ପ୍ରତ୍ୟେକ ଦିନ ପେଟ୍ରୋଲ ଓ ଡିଜେଲ ଦର ବଢିବା କାରଣରୁ ତାହାର ସିଧାସଳଖ ପ୍ରଭାବ ପଡିଛି ବଜାରରେ । ପରିବହନ ପାଇଁ ଅଧିକ ଖର୍ଚ୍ଚ ହେଉଥିବାରୁ ଦେକାନୀମାନେ ଜିନିଷର ଦାମ ବଢାଉଛନ୍ତି । ତେଣୁ ବଜାରରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ମଧ୍ୟ ବଢୁଛି । ପରିସ୍ଥତିି ଏପରି ହେଲାଣି ଯେ, ଦେଶରେ ଅନେକ ସ୍ଥାନରେ ବର୍ତ୍ତମାନ ସମୟରେ ତୈଳଦର ୮୮ଟଙ୍କାରେ ପହଞ୍ଚିଲାଣି । ତେବେ ଏପରି ସ୍ଥିତିରେ ରାଜ୍ୟମାନେ କେତେକ ପରିମାଣରେ ଭାଟ କମାଉଥିବାର ଦେଖାଯାଇଛି । ଆନ୍ଧ୍ର, ରାଜସ୍ଥାନ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ନିଜର ଭାଟ କମାଇଥିବା ଜଣାପଡିଛି । ତେବେ ପ୍ରତ୍ୟେକ ଦିନ ଦର ବୃଦ୍ଧି କାରଣରୁ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଦର କମାଇବାପାଇଁ ଦିଲ୍ଲୀ ଏନସିଆର କୋର୍ଟରେ ଏକ ମାମଲା ହୋଇଥିବା ସୂଚନା ମିଳିଛି ।

 

ସାଧାରଣ ଲୋକମାନଙ୍କୁ ଧ୍ୟାନ ଦେଇ କୋର୍ଟରେ କୁହାଯାଇଛି ଯେ, କୋର୍ଟ ପେଟ୍ରୋଲ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଯେ, ଯେଉଁ ପରି ଭାବରେ ପ୍ରତ୍ୟେକ ଦିନ ମୂଲ୍ୟ ବୃଦ୍ଧି ହେଉଛି ତାହାକୁ ରୋକାଯାଉ । କାରଣ କେନ୍ଦ୍ର ସରକାର ଓ ପେଟ୍ରୋଲିୟନ ମନ୍ତ୍ରଣାଳୟ କୈାଣଶି ପଦକ୍ଷେପ ନେଉନାହାନ୍ତି । କେବଳ ଏତିକି ନୁହେଁ କୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯେଉଁ ସମୟରେ କର୍ଣ୍ଣାଟକର ନିର୍ବାଚନ ହୋଇଥିଲା ପାଖାପାଖି ୨୦ ଦିନ ପର୍ଯ୍ୟନ୍ତ ତୈଳଦର ବୃଦ୍ଧି ହୋଇନଥିଲା । ତେବେ ରାଜନୈତିକ କାରଣ ପାଇଁ କେନ୍ଦ୍ର ସରକାର ସେହି ସମୟରେ ଦର ବୃଦ୍ଧି କରିନଥିଲେ । ବର୍ତ୍ତମାନ ସମୟରେ ସରକାର କହିଛନ୍ତି ଯେ, ଅନ୍ତାରାଷ୍ଟ୍ରୀୟ ବଜାରରେ ଅଶୈାଧିତ ତୈଳଦରରେ ମୂଲ୍ୟ ବୃଦ୍ଧି ହେବା କାରଣରୁ ଦେଶରେ ଏପରି ଭାବରେ ତୈଳଦର ବୃଦ୍ଧି ହେଉଛି । ଏହାସହ କେନ୍ଦ୍ର ସରକାରଙ୍କ ହାତରେ କିଛି ନାହିଁ ବୋଲି ସେମାନେ କହୁଛନ୍ତି । ତେଣୁ କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରି ସାଧାରଣ ଲୋକମାନଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଆଜି ଏହି ମାମଲା ଉପରେ କୋର୍ଟ ରାୟ ଦେଇପାରନ୍ତି ତେବେ ଏପରି ଐତିହାସିକ ମାମଲାକୁ ସାରା ଭାରତର ଜନସାଧାରଣ ଅପେକ୍ଷା କରିରହିଥିବା ଜଣାପଡିଛି ।