ବର୍ଷର ପ୍ରଥମ ଦିନରୁ ଖାଉଟିଙ୍କୁ ମହଙ୍ଗା ମାଡ : ବଢିଛି ପେଟ୍ରୋଲ ଓ ଡିଜେଲ ଏବଂ ରନ୍ଧନ ଗ୍ୟାସ

33

କନକ ବ୍ୟୁରୋ : ନୂଆବର୍ଷର ପ୍ରଥମ ଦିନରୁ ଖାଉଟିଙ୍କୁ ମହଙ୍ଗା ମାଡ । ବଢିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୧ଟଙ୍କା ୨୯ ପଇସା ବଢିଥିବା ବେଳେ ଡିଜେଲର ଦର ଲିଟର ପିଛା ବଢିଛି ୯୭ ପଇସା । ଏହି ବର୍ଦ୍ଧିତ ତେଲ ଦର ଗତ ମଧ୍ୟରାତ୍ରରୁ ଲାଗୁ ହୋଇଛି । ସେପଟେ ରିହାତି ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ମଧ୍ୟ ଦର ୨ଟଙ୍କା ବଢିଛି । ଗତ ୭ ମାସରେ ଏହା ଅଷ୍ଟମ ଥର ପାଇଁ ଦର ବଢିଛି ।