ତେଲ ଦର ବଢ଼ାଇଲା ତାତି : ଜୟପୁରରେ ପେଟ୍ରୋଲ ୮୦, ଡିଜେଲ ୭୭ । ରେକର୍ଡ଼ ଭାଙ୍ଗୁଛି ନୂଆ ଦର

129

କନକ ବ୍ୟୁରୋ : ପୁଣି ଥରେ ତେଲ ବଜାରରେ ନିଅାଁ । ଦେଶରେ ପେଟ୍ରୋଲ ଓ ଡିଜେଲର ବୃଦ୍ଧି ଅବ୍ୟାହତ ରହିଛି । ଲଗାତାର ଭାବେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଖାଉଟି ହନ୍ତସନ୍ତ ହେଉଛନ୍ତି । ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦେଶରେ ବିଭିନ୍ନ ସ୍ଥାନରେ ତୈଳ ଦର ବୃଦ୍ଧି ପାଇବା ସହ ଓଡ଼ିଶାରେ ମଧ୍ୟ ବୃଦ୍ଧି ପାଇଛି ତେଲ ଦର । ତେବେ ତୈଳ ଦର ବୃଦ୍ଧି ପାଇବା ପରେ ଜୟପୁରରେ ସର୍ବାଧିକ ରହିଛି ତେଲ ଦର । ଜୟପୁରରେ ପେଟ୍ରୋଲ ଦର ୮୦ ଟଙ୍କା ୧୦ ପଇସା ଓ ଡିଜେଲ ଦର ୭୭ ଟଙ୍କା ୮୫ ପଇସା ରହିଛି । ସେପଟେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୬ ଟଙ୍କା ୯୩ ପଇସା ଓ ଡିଜେଲ ଲିଟର ପିଛା ୭୪ ଟଙ୍କା ୬୭ ପଇସା ରହିଛି । ଏହା ବ୍ୟତୀତ ସିଲଭର ସିଟି କଟକରେ ପେଟ୍ରୋଲ ଲିଟର ପିଛା ୭୭ ଟଙ୍କା ୧୪ ପଇସା ଓ ଡିଜେଲ ଲିଟର ପିଛା ୭୪.୮୯ ପଇସା ରହିଛି ।

ସେହିପରି ସମ୍ବଲପୁରରେ ପେଟ୍ରୋଲ ଲିଟର ପ୍ରତି ୭୭ ଟଙ୍କା ୪୩ ପଇସା ଓ ଡିଜେଲ ଲିଟର ପ୍ରତି ୭୫ ଟଙ୍କା ୧୯ ପଇସା ରହିଛି । ପୁରୀରେ ପେଟ୍ରୋଲ ଲିଟର ପିଛା ୭୭ ଟଙ୍କା ୧୭ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ରହିଛି ୭୪ ଟଙ୍କା ୯୨ ପଇସା । ଇସ୍ପାତ ନଗରୀ ରାଉରକେଲାରେ ପେଟ୍ରୋଲ ଲିଟର ଫିଛା ୭୭ ଟଙ୍କା ୯୫ ପଇସା ରହିଥିବା ବେଳେ ଡିଜେଲ ଲିଟର ଫିଛା ରହିଛି ୭୬ ଟଙ୍କା ୭୧ ପଇସା । ବାଲେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୬ ଟଙ୍କା ୯୪ ପଇସା ଓ ଡିଜେଲ ୭୪ ଟଙ୍କା ୯୧ ପଇସା ରହିଛି । ଏବଂ ଯାଜପୁରରେ ପେଟ୍ରୋଲ ଲିଟର ପିଛା ୭୭ ଟଙ୍କା ୩୩ ପଇସା ଓ ଡିଜେଲ ୭୫ ଟଙ୍କା ୦୪ ପଇସା ରହିଛି ।

Motorcyclists crowd a fuel station to fill up on petrol in the western Indian city of Ahmedabad
image courtesy-http://static.sify.com

। ତେବେ ରାଜ୍ୟ ଭାଟ୍ ଦୃଷ୍ଟିରୁ ଏହି ଦରରେ ସାମାନ୍ୟ ତାରତମ୍ୟ ହୋଇପାରେ । ମୁମ୍ବାଇରେ ସର୍ବାଧିକ ଭାଟ (ଲିଟର ପିଛା ଟ. ୩୯.୧୨) ସଂଗ୍ରହ କରାଯାଉଥିବାରୁ ସେଠାରେ ଦର ସବୁଠାରୁ ଅଧିକ ରହିଛି । ମୁଖ୍ୟତଃ ଦୁଇଟି କାରଣରୁ ତେଲ କମ୍ପାନିମାନେ ତେଲଦର ବୃଦ୍ଧି କରିବାକୁ ବାଧ୍ୟ ହେଉଛନ୍ତି । ଗୋଟିଏ ହେଉଛି ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ଓ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇ ୭୦ ରେ ପହଞ୍ଚିବା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ (ଇଣ୍ଡିଆନ ବାସ୍କେଟ୍)ର ମୂଲ୍ୟ ୭୨. ୬୭ ଡଲାରକୁ ବୃଦ୍ଧି ପାଇଛି । ଏସବୁ ଦୃଷ୍ଟିରୁ ଦେଖିଲେ ନିକଟ ଭବିଷ୍ୟତରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିବାର ସମ୍ଭାବନା ନାହିଁ କହିଲେ ଚଳେ । ସେପଟେ ଦିଲ୍ଲୀରେ ପେଟ୍ରୋଲ ଦର ୭୮ ଟଙ୍କା ୦୫ ପଇସା ଓ ଡିଜେଲ ଦର ୬୯ ଟଙ୍କା ୬୧ ପଇସାକୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୫ ଟଙ୍କା ୪୭ ପଇସା ଓ ଡିଜେଲ ୭୩ ଟଙ୍କା ୯୦ ପଇସାରେ ପହଞ୍ଚିଛି ।