ମାଗଣାରେ ମିଳିବ ପେଟ୍ରୋଲ ଓ ଡିଜେଲ ! ଜାଣନ୍ତୁ କିପରି ଉଠାଇବେ ଫାଇଦା

54

ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳ ଦର ବୃଦ୍ଧି ଯୋଗୁ ପେଟ୍ରୋଲ ଓ ଡିଜେଲ ଦର ବାରମ୍ବାର ବଢୁଛିା ଫଳରେ ସାଧାରଣ ଖାଉଟିଙ୍କ ପକେଟ ଉପରେ ପଡୁଛି ପ୍ରଭାବ । ପେଟ୍ରୋଲ ଲିଟର ପ୍ରତି ପାଖାପାଖି ୬୯.୪୩ ପଇସା ଥିବା ବେଳେ ଡିଜେର ଦର ଲିଟର ପ୍ରତି ପାଖାପାଖି ୫୮.୩୦ ପଇସା ରହିଛି । ପେଟ୍ରୋଲ ଓ ଜିଜେଲ ଦର ଅହେତୁ ବଢୁଥିବା ବେଳେ ଆପଣଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆସିଛି । ଏହି ଅଫରରେ ଆପଣ ମାଗଣାରେ ପେଟ୍ରୋଲ ଓ ଡିଜେଲ ମାଗଣାରେ ପାଇପାରିବେ । ଏହି ଅଫର ପାଇବା ପାଇଁ ଆପଣଙ୍କୁ କେବଳ ଆପଣଙ୍କ ଟଙ୍କା ପୈଠ କରିବା ଷ୍ଟାଇଲକୁ ପରିବର୍ତନ କରିବାକୁ ପଡିବ ।

ମୋବାଇଲ ୱାଲେଟ ମୋବିକ୍ୟୁ ଏହି ଅଫର ଆଣିଛି । ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ ପେଟ୍ରୋଲ ଓ ଡିଜେଲ ଭରିବା ପାଇଁ ମୋବାଇଲ ୱାଲେଟ ବ୍ୟବହାର କଲେ ଆପଣ ପୂରା ଟଙ୍କା ଫେରସ୍ତ ପାଇବେ । ତେବେ ଏହି ଅଫର ପାଇବା ପାଇଁ ଆପଣଙ୍କ ପାଖରେ କେବଳ ଦୁଇ ଦିନ ରହିଛି । ଆଜି ଓ ଆସନ୍ତାକାଲି ଗ୍ରାହକ ଏହି ଅଫରରୁ ଫାଇଦା ଉଠାଇପାରିବେ । ନଭେମ୍ବର ୨୦ରୁ ୨୪ ପର୍ଯ୍ୟନ୍ତ ଏହି ଅଫର ଅଛି ।

ଏହି ଦୁଇ ଦିନ ଭିତରେ ଆପଣ ଅପରାହ୍ନ ୬ଟାରୁ ୯ଟା ଭିତରେ ମୋବାଇଲ ୱାଲେଟ ମୋବିକ୍ୟୁ ମାଧ୍ୟମରେ ତେଲ ପକାଇଲେ ପୂରା ଟଙ୍କା ଫେରିପାଇବେ । ଏଥିପାଇଁ ଆପଣଙ୍କୁ ସର୍ବନିମ୍ନ ଦଶ ଟଙ୍କାର ତେଲ ଭରିବାକୁ ପଡିବ ଓ ସର୍ବାଧିକ ଶହେ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ପକାଇ ଶତ ପ୍ରତିଶତ ଟଙ୍କା ଛାଡ ପାଇପାରିବେ । ପ୍ରଥମେ ଆପଣଙ୍କ ମୋବାଇଲକୁ ଗୋଟିଏ କୋଡ ଆସିବ । ତାର ୨୪ ଘଂଟା ପରେ ଆପଣ ଟଙ୍କା ଫେରିପାଇବେ । ଏହି ଟଙ୍କାକୁ ଆପଣ ଭବିଷ୍ୟତରେ ମଧ୍ୟ ବ୍ୟବହାର କରିପାରିବେ । ମନେରଖନ୍ତୁ ଏହି ଅଫର କେବଳ ଆସନ୍ତାକାଲି ଯାଏ ରହିଛି ।