ଖୁବ ଶୀଘ୍ର କମିବ ପେଟ୍ରୋଲ ଓ ଡିଜେଲ ଦର ! ସାଧାରଣ ଜନତାଙ୍କୁ ଆଶ୍ୱସ୍ତି, ତେଲ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦେଲେ ସରକାର

33

ଖୁବ ଶୀଘ୍ର କମିବ ତେଲ ଦର । ଗ୍ରାହମଙ୍କ ଉପରେ ବୋଝ ନଦେବା ପାଇଁ ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି । ଲଗାତାର ତେଲ ଦର ବୃଦ୍ଧି ପାଉଥିିବା ସହ ଜନତାଙ୍କ ବିରୋଧ କୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏବେ ତେଲ ବଜାରରେ ନିଅାଁ ଲାଗିଛି । ଦେଶରେ ତୈଳ ଦର ଏବେ ରେର୍କଡ ସ୍ତରରେ ପହଚିଂଛି । ଯାହାକୁ ନେଇ ତ୍ରୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉପଭୋକ୍ତା । ତେବେ ଏସବୁରୁ ଖୁବ ଶିଘ୍ର ରକ୍ଷାପାଇବେ ସାଧାରଣ ଲୋକେ ।

ସାଧାରଣ ଲୋକଙ୍କ ପାଇଁ ଖୁସି ଖବର । ପେଟ୍ରୋଲ ଓ ଡିଜେଲ ଦର ଖୁବ ଶୀଘ୍ର କମିବ । ସରକାର ତେଲ କମ୍ପାନୀ ଗୁଡ଼ିକୁ ୧ ଟଙ୍କା ପ୍ରତି ଲିଟର ଭାର ଉଠାଇବା ପାଇଁ କହିଛନ୍ତି । ସରକାରଙ୍କ ଏହି ପଦକ୍ଷେପ ପରେ ଅଏଲ ଇଣ୍ଡିଆ ଗ୍ୟାସର ବିଶେଶଜ୍ଞ କହିଛନ୍ତିି କ୍ରୁଡ଼ ଅଏଲର ମୂଲ୍ୟକୁ ନେଇ ସରକାରଙ୍କ ନୀତି ସ୍ପଷ୍ଟ ରହିଛି । ସରକାର ଗ୍ରାହକଙ୍କୁ ଉପରେ ବୋଝ ଦେବାପାଇଁ ଚାହୁଁନାହାନ୍ତି । ଏଥିରେ ସରକାର ଓ ଅଏଲ ମାର୍କେଟିଂଙ୍ଗ କମ୍ପାନୀ ଗୁଡ଼ିକ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି । ତେବେ ସବୁଠାରୁ ବଡ଼ କଥା ହେଲା କ୍ରୁଡ଼ ଅଏରର ମୂଲ୍ୟ ବୃଦ୍ଧିି ହେବାର ଆଉ କୌଣସି ଆଶଙ୍କା ନାହିଁ ।

ଏହାବ୍ୟତୀତ ଓଏନଜିସିର ପୂର୍ବ ଅଧ୍ୟକ୍ଷ କହିଛନ୍ତି ସରକାର ଅଏଲ ମାର୍କେଟିଙ୍ଗ କମ୍ପାନୀର ମାର୍ଜିନ କମ କରିବା ପାଇଁ କହିଛନ୍ତି । ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ପ୍ରାଥମିକତା ଦେଇଛନ୍ତି । କ୍ରୁଡ଼ର଼ ବଢ଼ୁଥିବା ମୂଲ୍ୟକୁ ନଜରରେ ରଖି ସରକାଣଙ୍କ ହସ୍ତକ୍ଷେପ ଆଉ ଜରୁରୀ ହୋଇଗଲା ।

ପେଟ୍ରୋଲ ଓ ଡିଜେଲର ବଢ଼ୁଥିବା ଦାମ ଯୋଗୁଁ ଧୀରେ ଦୀରେ ଦରଦାମ ବଢ଼ୁଛି ଓ ଲୋକେ ହଇରାଣ ହେଉଛନ୍ତି । ଏଥିରେ ସରକାରଙ୍କ ଫିକ୍ସ ଡିପୋଜିଟ୍ ଓ କରେଂଟ ଡିପୋଜିଟରେ ମଧ୍ୟ ବୃଦ୍ଧି ହେଉଛି । ଯାହାଦ୍ୱାରା ଦେଶର ଅର୍ଥନୀତି ପ୍ରଭାବିତ ହେଉଛି । ସୂଚନା ଅନୁସାରେ ପେଟ୍ରୋଲ ଓ ଡିଜେଟ୍ର ଦର ଏବେ ପ୍ରତିଦିନ ନର୍ଦ୍ଧାରିତ ହେଉଛି । ଏଥିପାଇଁ ଲୋକଙ୍କ ଅସୁବିଧା ବଢ଼ୁଛି । କାରଣ ପ୍ରତିଦିନ ବଢ଼ୁଛି ତୈଳ ଦର । ମୁମ୍ବାଇରେ ପେଟ୍ରୋଲ ଦର ୮୧.୮୦ ଥିବାବେଳେ ଦିଲ୍ଲୀରେ ୭୪ ଟଙ୍କା ରହିଛି । ପାଂଚ ବର୍ଷ ମଧ୍ୟରେ ଚଳିତ ବର୍ଷ ରେକର୍ଡ଼ ସ୍ତରରେ ପହଞ୍ଚିଛି ତୈଳ ଦର ।

ବିଗତ କିଛି ମାସରେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ଼ ଅଲଏର ମୂଲ୍ୟ ଲଗାତାର ବୃଦ୍ଧି ହେଉଛି । ଆଉ ଏଥିପାଇଁ ମଧ୍ୟ ଦରଦାମ ହୁ ହୁ ହୋଇ ବଢ଼ୁଛି । ବିଗତ ବର୍ଷ ଜୁନ ଠାରୁ ପ୍ରତିଦିନ ଡିଜେଲ୍ ଓ ପେଟ୍ରୋଲ ମୂଲ୍ୟ ନିର୍ଦ୍ଧାରିତ ହେଉଛି । ବିଗତ ବର୍ଷ ଜୁନରେ ପେଟ୍ରୋଲ ଦର ୬୬.୯୧ ଥିବାବେଳେ ଡିଜେଲର ମୂଲ୍ୟ ୫୫.୯୪ ଥିଲା । ତେବେ ଏହା ଏବେ ଲଗାତାର ବଢ଼ିବାରେ ଲାଗିଛି ।