ସାଧାରଣ ଜନତାଙ୍କୁ ପୁଣି ଝଟକା । ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର୍ । ୭୦.୫୦ ଟଙ୍କା ହେଲା ପେଟ୍ରୋଲ , ୬୦.୫୦ଟଙ୍କାରେ ପହଂଚିଲା ଡିଜେଲ୍

55

ପେଟ୍ରୋଲ-ଡିଜେଲ ଆଦିର ଦାମ ଏବେ ଅହେତୂକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯାହାର ସିଧା ପ୍ରଭାବ ସାଧାରଣ ଜନତାଙ୍କ ଉପରେ ହିଁ ପଡିଛି । ମାତ୍ର ଏହାର ଦାମ ହ୍ରାସ ପାଇବା ବଦଳରେ ବରଂ ଦିନକୁ ଦିନ ବଢିବାର ଲାଗିଛି । ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଥମ ଥର ପାଇଁ ଡିଜେଲର ଦାମ ୬୦ ଟଙ୍କାରେ ପହଂଚିଛି । ସେହିପରି ପେଟ୍ରୋଲ ଦର ମଧ୍ୟ ପୁଣି ଥରେ ୭୦ ଟଙ୍କାକୁ ଛୁଇଁଛି ।

ସୂଚନା ମୁତାବକ, ଇଣ୍ଡିଆନ ଅଏଲ କର୍ପୋରେସନ ଅନୁସାରେ ମଙ୍ଗଳବାର ତଥା ଆଜି ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା ୭୦.୫୩ ଟଙ୍କା ହୋଇଥିବା ବେଳେ ଡିଜେଲ ଦର ୬୦.୬୬ ଟଙ୍କାରେ ପହଂଚିଛି ।

ଏଠାରେ ଆମେ କହି ରଖୁଛୁ କି, ଏହା ପୂର୍ବରୁ ବି ଦିଲ୍ଲୀରେ ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ହୋଇଥିଲା । ୩ ଅକ୍ଟୋବର ୨୦୧୭ରେ ପେଟ୍ରୋଲର ସର୍ବାଧିକ ଦର ୭୦ ଟଙ୍କା ୮୮ ପଇସା ରହିଥିଲା । ଯଦିଓ ଚାପ ପଡିବା ପରେ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲର ଉତ୍ପାଦନ ଶୁଳ୍କରେ ପ୍ରତି ଲିଟର ପିଛା ଦୁଇ ଦୁଇ ଟଙ୍କା କମାଇ ଦେଇଥିଲେ ହେଲେ ଏବେବି ଏହାର ଦାମ ଲଗାତର ଭାବେ ବୃଦ୍ଧିପାଇବାରେ ଲାଗିଛି ।

ସୌଜନ୍ୟ: ନିଜ୍ୟୁ-୧୮