ପେଟ୍ରୋକେମିକାଲସ ଇନଭେଷ୍ଟର୍ସ କନକ୍ଲେଭ ୨୦୧୭ ଆରମ୍ଭ ! ଗୋଟିଏ ଛାତ ତଳେ ନିବେଶକ, ସରକାରୀ ଅଧିକାରୀ ଓ ଆର୍ଥିକ ଅନୁଷ୍ଠାନ

18

କନକ ବ୍ୟୁରୋ : ଭୁବନେଶ୍ୱରରେ ଆୟୋଜିତ ହେଉଛି ପେଟ୍ରୋକେମିକାଲ୍ସ କନକ୍ଲେଭ ୨୦୧୭ । କଲକ୍ଲେଭର ଭାବର ଆଦାନପ୍ରଦାନ ସହ ନୂଆ ବ୍ୟବସାୟ ସୁଯୋଗ ଉପରେ ଆଲୋଚନା ହେବ । କନକ୍ଲେଭରେ ଗୋଟିଏ ଛାତ ତଳେ ଏକାଠି ହୋଇଛନ୍ତି ଯୁବ ବ୍ୟବସାୟୀ । କନକ୍କେଭ ମାଧ୍ୟମରେ ପୂର୍ବ ଭାରତ ପେଟ୍ରୋକେମିକାଲସ କ୍ଷେତ୍ରରେ ଥିବା ସୁଯୋଗ ଉପରେ ବି ଆଲୋଚନା ହେବ । ଏଥିରେ ୬.୫ଲକ୍ଷ କର୍ମ ସୁଯୋଗର ସମ୍ଭାବନା ଉପରେ ପୁଞ୍ଜିନିବେଶ ପାଇଁ ଲକ୍ଷ୍ୟ ରଖାଯାଇଛି ।

ସମ୍ଭାବ୍ୟ ନିବେଶକ ମାନେ ନୀତି ନିଦ୍ଧାରକ , ବ୍ୟବସାୟର ଅଗ୍ରଣୀ ନାୟକ,ଏଫ.ଆଇ.ଏସ,ସପ୍ଲାଇ ଚେନ ବୃତିଧାରୀ ଏବଂ ଶିକ୍ଷଣୀୟ କ୍ଷେତ୍ରରୁ ଷ୍ଟାର୍ଟଅପ ପ୍ରୋତ୍ସାହକମାନଙ୍କ ସହିତ ମୁକ୍ତ ଆଲୋଚନା ପାଇଁ ଏହା ଏକ ମଂଚ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କନକ୍ଲେଭର ଉଦଘାଟନ କରିଛନ୍ତି ।