ସଙ୍କଟରେ ପାକ୍ ପ୍ରଧାନମନ୍ତ୍ରୀଙ୍କ ଗାଦୀ, ଚାଲି ଯାଇପାରେ ଇମ୍ରାନ ଖାନଙ୍କ ପଦବୀ ? ଇମ୍ରାନ ଅଯୋଗ୍ୟ ବୋଲି କୋର୍ଟକୁ ଗଲା ମାମଲା

369

କନକ ବ୍ୟୁରୋ: ସଙ୍କଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଗାଦି? କୌଣସି ବି ସମୟରେ ଚାଲିଯାଇପାରେ ଇମ୍ରାନ ଖାନଙ୍କ ପଦବୀ । କାହିଁକି ଏକ ନୂଆ ମାମଲାରେ ଫସିଯାଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନଙ୍କ ବିରୋଧରେ ସାଧୁ ଏବଂ ଅଭିଜାତ ତଥା ଉଚ୍ଚବଂଶକ ବ୍ୟକ୍ତି ନହେବା ଅଭିଯୋଗରେ ଲାହୋର ହାଇକୋର୍ଟରେ ଏକ ମାମାଲା ରୁଜୁ କରାଯାଇଛି । ଏଥିରେ କୁହାଯାଇଛି କି, ଇମ୍ରାନ ୨୦୧୮ ନିର୍ବାଚନ ପାଇଁ ନିଜର ନାମାଙ୍କନ ପତ୍ରରେ ପୂର୍ବ ପାର୍ଟନରଙ୍କର ଝିଅ ସହିତ ତାଙ୍କର ସଂପର୍କ ଥିବା କଥା ଲୁଚାଇଛନ୍ତି । ସୋମବାର ଦିନ ପାକିସ୍ତାନ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ । ଶନିବାର ଦିନ ହାଇକୋର୍ଟ ଏହି ମାମଲାର ଶୁଣାଣି ପାଇଁ ସ୍ୱିକାର କରିଥିଲେ ।
Imran-Khan

ତେବେ ଇମ୍ରାନଙ୍କ ବିରୋଧରେ ଦାଖଲ ହୋଇଥିବା ପିଟିସନରେ ଦାବି କରାଯାଇଛି କି, ପାକିସ୍ତାନ ସମ୍ବିଧାନର ଅନୁଚ୍ଛେଦ ୬୨ ଏବଂ ୬୩ର ନିୟମର ଉଲ୍ଲଂଘନ କରିବା ପାଇଁ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ବୋଲି ଘୋଷଣା କରାଯାଉ । ପାକ୍ ସମ୍ବିଧାନ ଅନୁସାରେ ସଦସ୍ୟ ବନିବାର ପୂର୍ବ ସର୍ତ୍ତ ହୋଇଥାଏ କି ବ୍ୟକ୍ତି ଜଣକ ସ୍ୱଚ୍ଛ ତଥା ସାଧୁ ଏବଂ ଅଭିଜାତ୍ ତଥା ଉଚ୍ଚବଂଶକ ହୋଇଥିବା ଦରକାର ।

ପାକିସ୍ତାନ ମିଡିଆର ରିପୋର୍ଟ ମୁତାବକ, ପିଟିସନରେ ଦାବି କରାଯାଇଥିଲା କି, ଇମ୍ରାନ ୨୦୧୮ର ସାଧାରଣ ନିର୍ବାଚନ ସମୟରେ ଦାଖଲ କରିଥିବା ନାମାଙ୍କନ ପତ୍ରରେ ନିଜ କଥିତ ଝିଅ ଟାୟରିୟନ ଜେଡ ବାଇଟଙ୍କ ସଂପର୍କରେ କୌଣସି ବି ସୂଚନା ଦେଇନଥିଲେ ।