ପପୁଙ୍କ କାଷ୍ଟିଂ କାଉଚ ମାମଲାରେ ନୂଆ ମୋଡ : ଆପୋଷ ସମାଧାନ ପାଇଁ କୋର୍ଟରେ ପିଟିସନ ଦାଖଲ କଲେ ନାବାଳିକାଙ୍କ ବାପା

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କମେଡି କିଙ୍ଗ ପପୁ ପମପମଙ୍କ ବିରୋଧରେ ଆସିଥିବା କାଷ୍ଟିଂ କାଉଚ ମାମଲାରେ ନୂଆ ମୋଡ । ପୁପଙ୍କ ବିରେଧରେ ଅଭିଯୋଗ ଆଣିଥିବା ନାବାଳିକାଙ୍କ ବାପା ଆଜି କୋର୍ଟରେ କମ୍ପ୍ରୋମାଇଜ ପିଟିସନ ଫାଇଲ କରିଛନ୍ତି । କୋର୍ଟ ଏହାକୁ ଗ୍ରହଣ କରିଥିବା ସୂଚନା ମିଳିଛି । ତେବେ ୧୧ ତାରିଖରେ ପପୁଙ୍କ ଜାମିନ ଆବେଦନ ଶୁଣାଣି ବେଳେ ପୀଡିତାଙ୍କ ବାପା ମଧ୍ୟ ସେଠାରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।

ଫ୍ରେଣ୍ଡସ ଫାଉଣ୍ଡେସନର ସମ୍ପାଦିକା ବବିତା କର କହିଛନ୍ତି, କୋର୍ଟ ବାହାରେ ମାମଲାର ଆପୋଷ ସମାଧାନ ପାଇଁ ଦୁଇପକ୍ଷ ରାଜି ଥିବା ନେଇ ସତ୍ୟପାଠ ଦାଖଲ କରାଯାଇଛି । ପପୁଙ୍କ ତରଫରୁ ଲକ୍ଷାଧିକ ଟଙ୍କା ଦେଇ ନାବାଳିକାଙ୍କ ବାପାଙ୍କୁ କମ୍ପ୍ରୋମାଇଜ କରିବାକୁ ଚାପ ପକାଯାଇଥିବା ସେ ଅଭିଯୋଗ କରିଛନ୍ତି । ପୁରା ମାମଲାରେ ପୋଲିସର ଭୂମିକା ଉପରେ ସେ ଅଙ୍ଗୁଳି ଉଠାଇଛନ୍ତି । ପପୁଙ୍କୁ ଗିରଫ କରିବାରେ ପୋଲିସ ବିଳମ୍ବ କରିବାରୁ ଅଭିଯୋଗକାରିଣୀଙ୍କୁ ପ୍ରଭାବିତ କରିବାରେ ସେ ସଫଳ ହୋଇଥିବା ଅଭିଯୋଗ କରିଛନ୍ତି ବବିତା । ଏଥିସହ ପପୁଙ୍କୁ ଜାମିନ ପ୍ରଦାନ କଲେ ସେ ପୁଣି ସାକ୍ଷୀ, ପ୍ରମାଣକୁ ପ୍ରଭାବିତ କରିବା ଆଶଙ୍କା ପ୍ରକାଶ କରିଛନ୍ତି ବବିତା ।