ସ୍ୱଚ୍ଛତାର ପାଠ ପଢ଼ାଉଛି କୁକୁର ଛୁଆ ! ଡଷ୍ଟବିନରେ ପକାଉଛି ରାସ୍ତାରେ ପଡ଼ିଥିବା ମଇଳା

32

ଦେଶର ପରିମଳ ବ୍ୟବସ୍ଥାକୁ ସୁଧାରିବା ଲାଗି ଆରମ୍ଭ ହୋଇଥିଲା ସ୍ୱଚ୍ଛ ଭାରତ ଅଭିଯାନ । ଦେଶର ସବୁଠାରୁ ବଡ଼ ମିଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଥିଲେ । ବେଶ୍ କିଛି ଦିନ ଧରି ରାଜନେତା, ସ୍ୱେଚ୍ଛାସେବୀ ଦଳ, ସେଲିବ୍ରିଟି ତଥା ସାଧାରଣ ଲୋକ ଏହି ଅଭିଯାନରେ ସାମିଲ ହୋଇଥିଲେ । ଏହାସହ ଏହି ଅଭିଯାନ ବହୁତ ଦିନ ଧରି ଖବରକାଗର ପୃଷ୍ଠା ମଧ୍ୟ ମଣ୍ଡନ କରିଥିଲା । କିନ୍ତୁ ଧୀରେ ଧୀରେ ଏହି ମିଶନକୁ ଲୋକମାନ ଭୁଲିବାରେ ଲାଗିଲେ । ଏହି ମିଶନକୁ ନେଇ ଆଗ ପରି ଲୋକଙ୍କ ମନରେ ସେ ଉତ୍ସାହ ନାହିଁ । ପାଶ୍ଚାତ୍ୟ ଦେଶମାନଙ୍କରୁ ଆମେ ତାଙ୍କ ଖାଦ୍ୟପେୟ, ଚାଲିଚଳନ ତଥା ଆଚାର ବ୍ୟବହାର ସବୁ ତ ଅନୁକରଣ କରିନେଲେ କିନ୍ତୁ ଯାହା ଆମ ଦେଶ, ସହର ତଥା ଗାଁ ପାଇଁ ଅଧିକ ଦରକାରୀ ତାହାକୁ ଆମେ ଭୁଲି ଯାଉଛୁ । ସ୍ୱଚ୍ଛତାକୁ ନେଇ ଆମ ଦେଶରେ ଅନେକ କାର୍ୟ୍ୟକ୍ରମର ଆୟେଜନ ହେଉଥିଲେ ହେଁ ଦେଶରେ ସେପରି ଆଖିଦୃଶିଆ ପରିବର୍ତ୍ତନ ଆସିନାହିଁ । ଏବେ ବି ଯେଉଁ ଗଳିକନ୍ଦି ଯିବେ, ସବୁଠି ଆବର୍ଜନା ପୁରି ରହିଥିବା । ବହୁତ କମ ଲୋକ ଏପରି ଅଛନ୍ତି ଯେଉଁମାନେ ସ୍ୱଚ୍ଛ ଭାରତ ମିଶନରେ ସରକାରଙ୍କୁ ସାହାଯ୍ୟ କରୁଛନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମଣିଷ ନୁହେଁ ଏବେ ସ୍ୱଚ୍ଛତା ପାଇଁ ଏକ କୁକୁର ଛୁଆ ଚର୍ଚ୍ଚାର ପରିସରକୁ ଆସିଛି ।

ଚୀନରେ ଏକ କୁକୁର ଛୁଆର କାମ ଦେଖି ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠି ତା’ର ପ୍ରଶଂସା ହେଉଛି । ଆପଣ ଭାବୁଥିବେ ଗୋଟେ କୁକୁର ଛୁଆ କ’ଣ ଏପରି କରୁଛି, ଯେ ତାକୁ ଏତେ ପ୍ରଶଂସା ମିଳୁଛି । ସୂଚନା ଅନୁସାରେ କୁକୁର ଛୁଆଟି ରାସ୍ତାରେ ପଡ଼ିଥିବା ମଇଳା ଉଠାଇ ଡଷ୍ଟବିନରେ ପକାଉଛି । ଆପଣ କୁକୁର ଗୁଡ଼ିକ ମଇଳା କରିବାର ଦେଖିଥିବେ । ତେବେ ଏହି କୁକୁର ଛୁଆର ମାଲିକ ତାକୁ ଏହି କାମ ପାଇଁ ପ୍ରଶିକ୍ଷଣ ଦେଇଛନ୍ତି ।

ଛୋଟ କୁକୁରଟି ପୁରା ମନଦେଇ ପ୍ରଶିକ୍ଷିତ ହୋଇଥିଲା । କୁକୁର ଛୁଆର ପ୍ରଶିକ୍ଷଣର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହୋଇଥିଲା । ଚୀନର ଦକ୍ଷିଣ ଅଂଚଳରେ ରହେ ଉକ୍ତ କୁକୁରର ମାଲିକ । ଆଉ ସେହି ଅଂଚଳରେ ଯେଉଁଠି କୁକୁର ଛୁଆଟି ମଇଳା ପଡ଼ିବାର ଦେଖେ, ତୁରନ୍ତ ଉଠାଇ ଡଷ୍ଟବିନରେ ପକାଇଦିଏ । ଏହି କାମ ପାଇଁ ତାକୁ ପୁରସ୍କାର ମଧ୍ୟ ମିଳିଛି । କୁକୁର ଛୁଆର ମାଲିକ କହିଛନ୍ତି ଯେତେବେଳ କୁକୁର ଛୁଆଟି ମାତ୍ର ୨ ମାସର ହୋଇଥିଲା ତାକୁ ସେବେଠାରୁ ଏନେଇ ପ୍ରଶିକ୍ଷିତ କରାଯାଉଛି ।