ଛୋଟ ପିଲାଙ୍କ ପେଟରେ କୃମି ସମସ୍ୟା ହେଉଥିଲେ କିଭଳି ଘରୋଇ ଉପାୟରେ ଏହାର ସମାଧାନ କରିବେ,ଜାଣନ୍ତୁ ।

601

ବେଳେବେଳେ ଶିଶୁଙ୍କ ମଧ୍ୟରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ । କିନ୍ତୁ ସବୁଠାରୁ ବଡ ସମସ୍ୟା ହେଉଛି ପେଟରେ ଯନ୍ତ୍ରଣା ହେବା । ୨ ବର୍ଷରୁ କମ୍ ବୟସର ଶିଶୁଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖାଯାଏ । କିନ୍ତୁ କଥା ନ କହିବା କାରଣରୁ କିଛି ନକରିପାରି ସେମାନେ କାନ୍ଦିବା ଆରମ୍ଭ କରିଦିଅନ୍ତି । ଯାହାଫଳରେ ବାପା ମା’ଙ୍କୁ ଶିଶୁର କେଉଁଠି ଅସୁବିଧା ରହିବା ତାହା ବୁଝିବା ପାଇଁ ହିଁ ସମୟ ଲାଗିଥାଏ । ପେଟରେ କୃମି ହେବା ଯନ୍ତ୍ରଣାର ଏକ ଗମ୍ଭୀର କାରଣ ହୋଇପାରେ । କୃମି ହେବା ଫଳରେ ପାଚନକ୍ରିୟାରେ ଅସୁବିଧା ଦେଖାଯାଏ । ଶରୀର ଦୁର୍ବଳ ହେବା ସହ ଖାଦ୍ୟ ମଧ୍ୟ ଦେହରେ ଲାଗିନଥାଏ । ତେବେ ଏହି ସମସ୍ୟା ବଡ ପିଲାଙ୍କ ମଧ୍ୟରେ ବି ଦେଖାଯାଏ । ତେବେ ଯନ୍ତ୍ରଣା ଅଛି ତ ସମାଧାନ ବି ଅଛି । ଶିଶୁମାନେ ଔଷଧ ଖାଇବା ପାଇଁ ନାକେଦମ୍ କରିଦିଅନ୍ତି ତେଣୁ ଯଦି ଆପଣ ଘରୋଇ କିମ୍ବା ଆୟୁର୍ବେଦ ପ୍ରକ୍ରିୟାରେ ଏହାର ସମାଧାନ କରିବାକୁ ଚାହାଁନ୍ତି ତେବେ ଏହି ଉପାୟ ଆପଣାଇପାରିବେ ।

୧ . ଶୁଦ୍ଧ ମହୁ ସହ ଦହି ମିଶାଇ ୪ ରୁ ୫ ଦିନ ପର୍ଯ୍ୟନ୍ତ ଖାଆନ୍ତୁ ।

୨ . ଗୋଟିଏ ଗ୍ଲାସ୍ ଗରମ ପାଣିରେ କଲରା ରସ ମିଶାଇ ପିଅନ୍ତୁ ।

୩ . ଚାରି ପାଞ୍ଚଟି ତୁଳସୀପତ୍ରର ରସକୁ ଦିନରେ ଦୁଇଥର ଶିଶୁକୁ ସେବନ କରିବାକୁ ଦିଅନ୍ତୁ ।

୪ . ରସୁଅ ପେଷ୍ଟରେ ସନ୍ଧବ ଲୁଣ ମିଶାଇ ଚଟଣୀ ପ୍ରସ୍ତୁତ କରି ଛୁଆକୁ ଦିନରେ ଦୁଇଥର ଖାଇବାକୁ ଦିଅନ୍ତୁ ।

୫ . ବଡ ପିଲାଙ୍କୁ ସକାଳେ ଗାଜର ଖାଇବାକୁ ଦିଅନ୍ତୁ କୃମି ସମସ୍ୟା କମିଯିବ ।

୬ . ମୂଳାରସକୁ ସେବନ କରିବା ଦ୍ୱାରା ପେଟରେ କୃମି ସମସ୍ୟା ଦେଖାଯାଏନାହିଁ ।

୭ . କୁନିପିଲାଙ୍କୁ ୧/୨ ଚାମଚ ପିଆଜ ରସ ଦିନରେ ତିନି ଥର ପିଆନ୍ତୁ ।

ପେଟର କୃମି ସମସ୍ୟାକୁ ଦୂରେଇବା ପାଇଁ ଆପଣାନ୍ତୁ ଆୟୁର୍ବେଦିକ ପ୍ରକ୍ରିୟା ।

କେବଳ ଛୋଟ ପିଲା ନୁହଁ ବଡଲୋକଙ୍କ ଠାରେ ମଧ୍ୟ ଏଭଳି ସମସ୍ୟା ଦେଖାଯାଏ । ଔଷଧ ଖାଇବା ପରେ ମଧ୍ୟ ବେଳେବେଳେ ଏହାର ପ୍ରଭାବ ଶରୀର ଉପରେ ପଡିନଥାଏ । ତେବେ ଆସନ୍ତୁ କିଛି ଆୟୁର୍ବେଦିକ ପ୍ରକ୍ରିୟାରେ ଏହାର ସମାଧାନ ଖୋଜିବା ।

୧ . ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ପ୍ରତିଦିନ କଖାରୁ ମଞ୍ଜି ୭ ରୁ ୮ ଟି ଖାଇବାକୁ ଚେଷ୍ଟା କରନ୍ତୁ ।

୨ . ଟମାଟରେ ସନ୍ଧବ ଲୁଣ ଏବଂ ହଳଦି ପକାଇ କିଛି ଦିନ ପର୍ଯ୍ୟନ୍ତ ଖାଆନ୍ତୁ ।

୩ . ଅଁଳାରସ ପିଇବା ଅଭ୍ୟାସ କରନ୍ତୁ ।

୪ . ନିମ୍ବପତ୍ରକୁ ଶୁଖାଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ । ଏବେ ଏହି ପାଉଡର ସହ ମହୁ ମିଶାଇ ଖାଆନ୍ତୁ ।