ରୋମାଞ୍ଚକ ସ୍ଥିତିରେ ପର୍ଥ ଟେଷ୍ଟ । ଦ୍ୱିତୀୟ ଟେଷ୍ଟରେ ବିଜୟ ପାଇଁ ଭାରତକୁ ଆବଶ୍ୟକ ୧୭୫ ରନ୍, ସେପଟେ ଅଷ୍ଟ୍ରେଲିଆକୁ ଦରକାର ୫ଟି ୱିକେଟ୍ ।

170

କନକ ବ୍ୟୁରୋ: ପର୍ଥ ଷ୍ଟାଡିୟମ ଠାରେ ଚାଲିଥିବା ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଁଚିଛି । ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ବିରାଟ ବାହିନୀ ୫ ୱିକେଟ୍ ହରାଇ ୧୧୨ ରନ୍ ଅକ୍ତିଆର କରିଛି । ଭାରତୀୟ ଟିମ୍ କୁ ବିଜୟ ହାସଲ ପାଇଁ ଆଉ ୧୭୫ ରନ ଦରକାର । କିନ୍ତୁ ଭାରତୀୟ ଟିମ୍ ର ଗୋଟିଏ ପରେ ଗୋଟିଏ ୱିକେଟ୍ ଟିମ୍ କୁ ଅଡ଼ୁଆରେ ପକାଇଛି । କଙ୍ଗାରୁ ଟିମ୍ ତାର ପ୍ରଥମ ପାଳିରେ ୩୨୬ ଏବଂ ଦ୍ୱିତୀୟ ପାଳିରେ ୨୪୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ସେହିପରି ଭାରତ ପ୍ରଥମ ପାଳିରେ ୨୮୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା ।

ଆସନ୍ତାକାଲି ଏହି ଦ୍ୱିତୀୟ ଟେଷ୍ଟର ଅନ୍ତିମ ଦିବସ । ଏବଂ ଭାରତ ଆଗରେ ରହିଛି ୧୭୫ ରନର ବିଜୟ ଲକ୍ଷ୍ୟ । କିନ୍ତୁ ଭାରତୀୟ ଟିମର ଅଭିଜ୍ଞ ବ୍ୟାଟ୍ସମ୍ୟାନମାନେ ପ୍ୟାଭିଲିୟନକୁ ଫେରିଥିବା ବେଳେ ବର୍ତ୍ତମାନ ଭାରତୀୟ ଟିମର ଦୁଇ ଯୁବ ଖେଳାଳୀ ଋଷଭ ପନ୍ଥ ଏବଂ ହନୁମା ବିହାରୀ ଉପରେ ଭାରତବାସୀଙ୍କ ଭରସା ରହିଛି । ଅନ୍ୟପଟେ ଆଜି ବୋଲିଂ ଦାୟିତ୍ୱରେ ଭାରତୀୟ ଟିମ୍ ଚମକ୍ରାର ପ୍ରଦର୍ଶନ କରିଥିଲା । ଭାରତୀୟ ଦୃତ ବୋଲର ମହମ୍ମ ସାମି ୫୬ରନ୍ ବିନିମୟରେ ଅଷ୍ଟ୍ରେଲିଆର ୬ ଓ୍ଵିକେଟ ହାସଲ କରିଥିବା ବେଳେ ବୁମ୍ରା ୩ ଟି ଓ ଇଶାନ୍ତ ଶର୍ମା ଅଷ୍ଟ୍ରେଲିଆର ଦ୍ୱିତୀୟ ପାଳିରେ ଗୋଟିଏ ୱିକେଟ୍ ହାସଲ କରିଛନ୍ତି ।