ପତ୍ନୀ ଓ ପ୍ରେମିକାକୁ ନେଇ ଚର୍ଚ୍ଚାରେ ନୂଆ କପ୍ତାନ ଇମ୍ରାନ ଖାନ୍ ! ଆସନ୍ତୁ ଜାଣିବା ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ . . .

59

କନକ ବ୍ୟୁରୋ : ପାକିସ୍ତାନରେ ହେବ ମେଂଟ ସରକାର । ପାକିସ୍ତାନ ନିର୍ବାଚନ କମିଶନର ଆନୁଷ୍ଠାନିକ ଭାବେ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା କରିବା ପରେ ଏହା ସ୍ପଷ୍ଟ ହୋଇଛି । କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳିନାହିଁ । ପାକିସ୍ତାନ ଜାତୀୟ ପରିଷଦର ୨୭୨ ଆସନରୁ ଇମ୍ରାନ ଖାନଙ୍କୁ ପାକିସ୍ତାନ ତେହେରିକ୍-ଏ-ଇନସାଫକୁ ୧୧୫ଟି ଆସନ ମିଳିଛି । ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୩୭ ଥିବାରୁ ଅନ୍ୟ କ୍ଷୁଦ୍ର ଦଳଗୁଡିକର ସହଯୋଗରେ ମେଂଟ ସରକାର ଗଠନ ନିମନ୍ତେ ବଡ ଦଳ ଭାବେ ଇମ୍ରାନ ଖାନଙ୍କ ପିଟିଆଇ ଏବେ ସରକାର ଗଠନ ପାଇଁ ଅନ୍ୟ କ୍ଷୁଦ୍ର ଦଳ ଗୁଡିକ ସହ ଆଲୋଚନା ଆରମ୍ଭ କରିଛନ୍ତି । କ୍ରିକେଟ କପ୍ତାନରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଇମ୍ରାନ ଖାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚା । ଜୀବନର ସାଢେ ଚାରି ଦଶନ୍ଧି ଇଂଲଣ୍ଡରେ କଟାଇଥିବା ଇମ୍ରାନଙ୍କୁ ସବୁ ବେଳେ ଚର୍ଚ୍ଚିତ କରିଛି ତାଙ୍କ ବିବାହ, ପ୍ରେମ, ପତ୍ନୀ ଓ ପ୍ରେମିକା । ରଙ୍ଗୀନ ମିଜାଜର ଇମ୍ରାନଙ୍କ ସହ ତାଙ୍କ ପତ୍ନୀମାନଙ୍କୁ ଛାଡିଦେଲେ ଆଉ ୫ ଜଣ ପ୍ରେମିକାଙ୍କ ନାଁ ବିଯୋଡି ହୋଇଯାଏ ।

ଏମା ସରଜେଂଟ – ସେମାନଙ୍କ ମଧ୍ୟରୁ ପ୍ରଥମ ନାମ ସାମ୍ନାକୁ ଆସେ ଏମା ସରଜେଂଟ । ଡିଜାଇନର ତଥା ଚିତ୍ର ଶିଳ୍ପୀ ଏମା ସରଜେଂଟଙ୍କ ପ୍ରେମରେ ଉବୁଟୁବୁ ହୋଇଥିଲା ଇମ୍ରାନ ଖାନ । ତାଙ୍କ ପ୍ରେମ ସଂପର୍କ ୪ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ।

ସୀଟା ହ୍ୱାଇଟ- ସୀଟା ହ୍ୱାଇଟ ନାମ୍ନୀ ଜଣେ ମହିଳାଙ୍କ ସହ ଇମ୍ରାନଙ୍କ ପ୍ରେମ ସଂପର୍କ ରହିଥିଲା । ଏପରିକି ସୀଟା ଓ ଇମ୍ରାନଙ୍କ ଔରସରୁ ଏକ କନ୍ୟା ସନ୍ତନ ଜନ୍ମ ନେଇଥିଲା । ଝିଅଟିର ନାମ ଟିରିୟନ ରଖାଯାଇଥିଲା । ପ୍ରଥମେ ଇମ୍ରାନ ଟିରିୟନ ତାଙ୍କ ଝିଅ ନୁହେଁ ବୋଲି କହୁଥିଲେ ବି ପରେ ଡାକ୍ତରୀ ପରୀକ୍ଷା ପରେ ଟିରିୟନ ଇମ୍ରାନଙ୍କ ଝିଅ ବୋଲି ପ୍ରମାଣିତ ହୋଇଥିଲା ।

ଜୀନତ ଅମନ – ବଲିଉଡ଼୍ ଅଭିନେତ୍ରୀ  ଜୀନତ ଅମନଙ୍କ ସହିତ ଇମ୍ରାନଙ୍କ ମଧ୍ୟ ପ୍ରେମ ସଂପର୍କ ଥିବା ଯୋରଦାର ଚର୍ଚ୍ଚା ହୁଏ । ୭୦ ଓ ୮୦ ଦଶକର ସଫଳ ନାୟିକା ଜିନତ ଅମନ୍ । କ୍ରିକେଟ ଟୁର ସମୟରେ ଇମ୍ରାନଙ୍କ ସହ ଜୀନତଙ୍କ ସାକ୍ଷତ ଓ ଏହା ପରେ ପ୍ରେମରେ ପରିଣତ ହୋଇଥିବା ଚର୍ଚ୍ଚା ହୁଏ ।

ଆୟଶା ଗୁଲାଲାଇ – ପାକିସ୍ତାନ ସଂସଦର ପ୍ରଥମ ମହିଳା ସଦସ୍ୟା ଆୟଶା ଗୁଲାଲାଇଙ୍କ ସହ ମଦ୍ୟ ଇମ୍ରାନଙ୍କ ପ୍ରେମ ସଂପର୍କ ରହିଥିଲା । ୨୦୧୨ରୁ ଆୟଶା ଇମ୍ରାନଙ୍କ ଦଳର ସଦସ୍ୟ ମଧ୍ୟ ରହିଥିଲେ । ଏବେ ଆୟଶା ପିଟିଆଇ ଗୁଲାଲାଇ ନାମରେ ଏକ ଦଳ ଗଠନ କରିଛନ୍ତି ।

ବେନଜୀର ଭୁଟ୍ଟୋ – ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋ ଏବଂ ଇମ୍ରାନ ଖାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ଚର୍ଚ୍ଚା ହୋଇଥାଏ । ଅକ୍ସଫୋର୍ଡରେ ପାଠ ପଢିବା ସମୟରେ ଦୁହେଁ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ ।