୧୫ ହଜାର ଟଙ୍କା ଦରମା ପାଉଥିଲେ ୧୫ ଲକ୍ଷ ଟଙ୍କା ପାଇପାରିବେ ଲୋନ ।ଜାଣନ୍ତୁ କେଉଁ ବ୍ୟାଙ୍କରେ ମିଳୁଛି ଏହି ସୁବିଧା

୧୫ ହଜାର ଦରମାରେ ୧୫ ଲକ୍ଷ ଲୋନ !

1,692

କନକ ବ୍ୟୁରୋ : ଆଗାମୀ ଦିନରେ ଆପଣଙ୍କୁ ବ୍ୟାଙ୍କରୁ ଲୋନ ନେବାରେ କୌଣସି ଅସୁବିଧା ହେବ ନାହିଁ । ଅର୍ଥାତ ବ୍ୟକ୍ତିମାନେ ବ୍ୟାଙ୍କରୁ ଅତି ସହଜରେ ଲୋର ଉଠାଇପାରିବେ । ତେବେ ଏପରି ସୁଯୋଗ ଉଜିଭ ସ୍ମଲ ଫାଇନାନ୍ସ ଦେଉଥିବା ଜଣାପଡିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଭାରତରେ ପ୍ରଥମଥର କରରି ଏହି ବ୍ୟାଙ୍କ ଲୋକମାନଙ୍କୁ ଏପରି ସୁବିଧା ଦେଉଛି । ଏହି ଲୋକମାନଙ୍କୁ ମିଳିବ ଲୋନ ଯଦି ଆପଣ ମାସିକ ୧୫ହଜାର ଟଙ୍କାଠାରୁ ଅଧିକ ଆୟ କରୁଛନ୍ତି ତେବେ ଆପଣ ଲୋନ ପାଇପାରିବେ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି । ଏହାସହ ଲୋନ ଟଙ୍କା ୧ ବର୍ଷଠାରୁ ଆରମ୍ଭ କରି ୫ ବର୍ଷ ମଧ୍ୟରେ ପରିଶୋଧ କରିପାରିବେ ବୋଲି ବ୍ୟାଙ୍କ ସୂଚନା ଦେଇଛି ।

 

ଏହି ସହରରେ ରହୁଥିଲେ ଆପଣଙ୍କୁ ମିଳିପାରିବ ଲୋନ ଯଦି ଆପଣ ଅହମ୍ମଦାବାଦ, ବେଙ୍ଗାଲୁରୁ, ଦିଲ୍ଲୀ, କୋଲକାତା, ପୁଣେ, ସୁରତ, ମୁମ୍ବାଇ, ମହେଶୁର, କୋଏମପୁର ଓ କୋଟି ଆଦି ସହରରେ ରହୁଥିଲେ ଆପଣ ଲୋମ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତି ଭାବରେ ବିବେଚନା ହୋଇପାରିବେ ବୋଲି ବ୍ୟାଙ୍କ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଏହାସହ ଆପଣ ଯେଉଁ ପରିମାଣରେ ଲୋନ ନେଇଛନ୍ତି ସେହିପରି ଭାବରେ ଋଣ ପରିଶୋଧ ମଧ୍ୟ କରିପାରିବେ । ଯେଉଁ ଅନୁସାରେ ଚୁକ୍ତି କରିଛନ୍ତି ସେହି ଅନୁସାରେ ଋଣ ପରିଶୋଧ କରିବା ପାଇଁ ପଡିବ । ଯଦି ଆପଣ ଲୋନ ନେବା ପାଇଁ ଇଚ୍ଛା ରଖିଛନ୍ତି ତେବେ ଲଗଇନ କରିପାରିବେ https://ujjivansfb.rupeepower.com/personal-loan ଏହାସହ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ୱେବସାଇଟରେ ମଧ୍ୟ ଲଗଇନ କରିପାରିବେ ।

 

ଲୋନ ନେବା ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କର ପ୍ରମାଣପତ୍ର ସହ ବ୍ୟାଙ୍କ ପକ୍ଷରୁ ମଗାଯାଇଥିବା ସମସ୍ତ ତଥ୍ୟ ଦେବା ପାଇଁ ପଡିବ ବୋଲି ଜଣାପଡିଛି । ଆଧାରକାର୍ଡ,ପାନକାର୍ଡ,ଡିଏଲ, ଭୋଟର ଆଇକାର୍ଡ ଆଦି ପ୍ରମାଣ ପତ୍ର ଭାବରେ ଦେଇପାରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଲୋନ ପାଇବା ପାଇଂ ହେଲେ ଆଧାରକାର୍ଡ ନିହାତି ଆବଶ୍ୟକ ତେଣୁ ଯେଉଁ ବ୍ୟକ୍ତି ଲୋନ ପାଇବା ପାଇଁ ଆବେଦନ କରିବେ ତାଙ୍କର ନିଶ୍ଚିତ ଭାବରେ ଆଧାରକାର୍ଡ ଥିବା ଆବଶ୍ୟକ । ଏହାସହ ୩ ମାସର ଦରମାର ପ୍ରମାଣପତ୍ର ସହ ୬ମାସର ବ୍ୟାଙ୍କ ଷ୍ଟେଟମେଣ୍ଟର ପ୍ରମାଣ ଦାଖଲ କରିବା ପାଇଁ ପଡିବ ବୋଲି ସୂଚନା ମିଳିଛି ।