ପାରାଦୀପ: ଦୁର୍ବୃତ୍ତଙ୍କ ଛୁରାମାଡରେ ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି

136

କନକ ବ୍ୟୁରୋ: ଛୁରାମାଡ଼ରେ ଯୁଵକ ଗୁରୁତର। ପାରାଦୀପ ମଡେଲ ଥାନା ଅନ୍ତର୍ଗତ ଅଠରଵାଙ୍କୀ ଲକପଡାରେ ପ୍ରକାଶ ମିଶ୍ର ନାମକ ଜଣେ ଯୁବକ ସ୍ଥାନୀୟ କେନାଲ ନିକଟକୁ କଳସ ବିସର୍ଜନ କରିବା ପାଇଁ ଯାଇଥିବା ବେଳେ କିଛି ଦୁର୍ଵୃତ୍ତ ପ୍ରକାଶଙ୍କୁ ଛୁରାମାଡ଼ କରିଥିଲେ।

ଗୁରୁତର ପ୍ରକାଶଙ୍କୁ ପ୍ରଥମେ ଅଠରଵାଙ୍କୀ ମେଡ଼ିକାଲ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ତେବେ ଏହି ଘଟଣା ପୂର୍ବ ଶତ୍ରୃତାକୁ ନେଇ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଘଟଣାସ୍ଥଳରେ ପାରାଦୀପ ମଡେଲ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ତେବେ ଛୁରାମାଡ଼ କରିଥିବା ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।