ଫେସବୁକ ଆକାଉଣ୍ଟରୁ ତୁରନ୍ତ ଡିଲିଟ କରନ୍ତୁ ଏହି ୫ଟି ତଥ୍ୟ , ନଚେତ ପଡିପାରନ୍ତି ଅସୁବିଧାରେ

61

ଆଜିକାଲି ଦୁନିଆ ବହୁତ ସୋଶିଆଲ ହୋଇଗଲାଣି । ବଡରୁ ଆରମ୍ଭ କରି ଛୋଟ ପର୍ଯ୍ୟନ୍ତ ଫେସବୁକ ଭଳି ସୋଶିଆଲ ସାଇଟରେ ଲାଇକ ବଢ଼ାଇବା ପାଇଁ ଭଲ ଭଲ ଫଟୋ ସେୟାର କରନ୍ତି । ଫଟୋର ଲାଇକ କମିଗଲେ ପୁଣି ନିରାଶ ହୋଇଯାନ୍ତି । ଲୋକମାନଙ୍କୁ ଲାଗେ କି ସେମାନଙ୍କୁ ଫେସବୁକରେ ସ୍ୱାଧୀନତା ମିଳିଛି ଓ ସେମାନେ ଯାହା ଇଚ୍ଛା ଫେସବୁକରେ ଲେଖିପାରିବେ ଓ ଲୋକଙ୍କୁ ପାଖକୁ ନିଜର କଥା ପହଂଚାଇ ପାରିବେ । ଏମିତି ଭାବେ ସେମାନେ ନିଜର ସମସ୍ତ ବ୍ୟକ୍ତିଗତ ତଥ୍ୟ ଫେସବୁକ ଜରିଆରେ ଅନ୍ୟମାନଙ୍କୁ ଦେଉଛନ୍ତି, ଯେପରିକି ଫୋନ ନମ୍ବର, ଠିକଣା, ଫଟୋ, କୁଆଡେ ଯାଉଛନ୍ତି ବା କେଉଁଠି ଖାଦ୍ୟ ଖାଉଛନ୍ତି । ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଆପଣଙ୍କ ଫେସବୁକ ପ୍ରୋଫାଇଲରୁ କୈାଣସି ବ୍ୟକ୍ତିଗତ ତଥ୍ୟକୁ ଶୀଘ୍ର ଡିଲିଟ କରିଦେବା ଉଚିତ ।

ବର୍ଥଡେ(ଜନ୍ମଦିନ) : ଆପଣ ବି ସୋଶିଆଲ ମିଡିଆ ଆକାଉଣ୍ଟ ଯେମିତି ଫେସବୁକରେ ନିଜର ଜନ୍ମ ତାରିଖ ସେୟାର କରିଛନ୍ତି, ତେବେ ତୁରନ୍ତ ଡିଲିଟ କରନ୍ତୁ, କାହିଁକିନା ଆପଣଙ୍କ ପ୍ରୋଫାଇଲର ସବିଶେଷ ତଥ୍ୟରୁ ଯେକେହି ସରକାରୀ ଆଇଡି ତିଆରି କରିପାରିବେ । ସେଥିରେ ଆପଣଙ୍କ ବ୍ୟାଙ୍କ ଡିଟେଲ୍ସ ବି ରହେ, ଟଙ୍କା ଉପରେ ବିପଦ ବି ଅଛି ।

ଫୋନ ନମ୍ବର ଓ ଠିକଣା : ଯଦି ଆପଣ କିଛି ଫେସବୁକରେ ପୋଷ୍ଟ କରିଛନ୍ତି ଏବଂ କାହାକୁ ପସନ୍ଦ ଆସୁଛି, ତେବେ ସେମାନେ ଆପଣଙ୍କ ଫେସବୁକ ଆକାଉଣ୍ଟ ରୁ ନମ୍ବର ନେଇ ମେସେଜ ବା ଫୋନ କରି ହଇରାଣ କରନ୍ତି ଓ ଗାଳି ବି କରନ୍ତି ।

ଟାଇମ ଲାଇନରୁ କ’ଣ ହଟାଇବେ ? : ଆପଣ ଆପଣଙ୍କ ଫେସବୁକ ଟାଇମ ଲାଇନରୁ ପରିବାର ସଦସ୍ୟଙ୍କ ଫଟୋ, ଆପଣଙ୍କ ଛୋଟ ପିଲାର ଫଟୋ, ସ୍କୁଲ ଫଟୋ ଡିଲିଟ କରନ୍ତୁ, ଯେମିତି କି କାହାକୁ ବି ପିଲାଙ୍କ ସ୍କୁଲ ବିଷୟରେ ତଥ୍ୟ ଜଣାନପଡୁ ।

କ’ଣ ପୋଷ୍ଟ କରନ୍ତୁନି ? : ଫେସବୁକରେ ସବୁ ସମୟର ତଥ୍ୟ ସେୟାର କରିବା ଠିକ କଥା ନୁହେଁ, ଏହା ଦ୍ୱାରା ଯେକେହି ବି ଆପଣଙ୍କୁ ସହଜରେ ଅନୁସରଣ କରିପାରିବେ । ଆପଣ କୁଆଡେ ଯାଉଛନ୍ତି ?, କେଉଁଠି ଅଛନ୍ତି? ଓ କେଉଁଠି ଖାଉଛନ୍ତି, ଏଭଳି ତଥ୍ୟ ସେୟାର କରନ୍ତୁନି । ଏହା ସହ ଫ୍ଲାଇଟର ବୋର୍ଡିଙ୍ଗ ପାସର ଫଟୋ ମଧ୍ୟ ସେୟାର କରନ୍ତୁନି ।

ଲୋକେସନ ସର୍ଭିସ ବନ୍ଦ କରନ୍ତୁ : ଫେସବୁକ କିଛି ସମୟ ପୂର୍ବରୁ ନିୟରବାଇ ଫ୍ରେଣ୍ଡସର ଫିଚର ସାମନାକୁ ଆଣିଥିଲା । ଯେଉଁଥିରେ ଆପଣଙ୍କ ଲୋକେସନ ଆପଣଙ୍କ ସାଙ୍ଗକୁ ସହଜରେ ଜଣାପଡିଯିବ । ସେଥିପାଇଁ ପ୍ରଥମେ ନିଜର ଜିପିଆରଏସ ସର୍ଭିସକୁ ବନ୍ଦ କରନ୍ତୁ ଓ ପରେ ଫେସବୁକର ନିୟରବାଇ ଫ୍ରେଣ୍ଡସର ଫିଚର ବନ୍ଦ କରି ଦିଅନ୍ତୁ ।