KurKureରେ ମିଶିଛି ପ୍ଲାଷ୍ଟିକ ? ଏଭଳି ପୋଷ୍ଟ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଆରମ୍ଭ ହେଲା ଆଇନଗତ କାର୍ଯ୍ୟନୁଷ୍ଠାନ ।

36

ଆପଣ କେବେ ପେପସୀ କମ୍ପାନୀର ସ୍ନାକ୍ସ KurKureରେ ପ୍ଲାଷ୍ଟିକ ମିଶିଥିବା ଘଟଣା ଶୁଣିଛନ୍ତି କି ? ଯଦି ଶୁଣିଛନ୍ତି ତେବେ ଏହାକୁ ଅଣଦେଖା କରିଦିଅନ୍ତୁ । ଏବଂ ଭୁଲରେ ମଧ୍ୟ ଏହାକୁ ଫେସବୁକ କିମ୍ବା ଟ୍ୱିଟରରେ ପୋଷ୍ଟ କରନ୍ତୁ ନାହିଁ । ପେପସୀ କମ୍ପାନୀ ଏଭଳି ପୋଷ୍ଟ ଉପରେ ଏବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଦେଇଛି । ଫେସବୁକରେ କିମ୍ବା ଟ୍ୱିଟରରେ ଏଭଳି ଖବର ପ୍ରସାରିତ କରୁଥିବା ବ୍ୟକ୍ତିବିଶେଷଙ୍କୁ ଆଇନଗତ ନୋଟିସ ପଠାଯାଉଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତରେ ଶତାଧିକ ଫେସବୁକ ବ୍ୟବହାରକାରୀଙ୍କ ଆକାଉଣ୍ଟ ଡିଟେଲ୍ସ ଦିଲ୍ଲୀ ହାଇକୋର୍ଟରେ ଆଇନଗତ କାର୍ଯ୍ୟନୁଷ୍ଠାନ ପାଇଁ ଦିଆଯାଇଛି । ପ୍ରକୃତ କଥା ହେଉଛି ପେପସୀ କମ୍ପାନୀ ଫେସବୁକ, ଟ୍ୱିଟର, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ସାଇଟ ଗୁଡିକ ବିରୋଧରେ ଏକ ସିଭିଲ ସୁଟ୍ ଫାଇଲ କରିଛି । ଏପରିକି ସୋସିଆଲ ମିଡିଆ କମ୍ପାନୀ ମାନଙ୍କ ଠାରୁ ୨.୧ କୋଟି ଟଙ୍କାର ମାନହାନୀ ମକଦମା କରିଛି ପେପସୀ କମ୍ପାନୀ । କମ୍ପାନୀର କହିବା କଥା ଏହି ସାଇଟ କୁରକୁରେ ବ୍ରାଣ୍ଡ ବିରୋଧରେ ମିଥ୍ୟା ଅବଂ ଅପମାନଜନକ ତଥ୍ୟ ପ୍ରସାରିତ କରିବା ପାଇଁ ଅନୁମତି ଦେଇଥିଲେ ।

ଏହି ପ୍ରସଙ୍ଗରେ ହାଇକୋର୍ଟର ଆଦେଶ ପରେ ଫେସବୁକ ଏବଂ ଟ୍ୱିଟର ଏଭଳି ପୋଷ୍ଟ କରିଥିବା ବ୍ୟବହାରକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ମେସେଜ କରି କହିଛି ଯେ, ସେମାନଙ୍କ ଆକାଉଣ୍ଟ ଡିଟେଲ୍ସ ଦିଲ୍ଲୀ ହାଇକୋର୍ଟରେ ଜମା କରାଯାଇଛି । ଏବଂ ଏଭଳି ପୋଷ୍ଟ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।