ଅଗଷ୍ଟ ୧୫ ତାରିଖରୁ ଆଉ ବିକ୍ରି ହେବନି କୋକାକୋଲା ଓ ପେପସୀ । ଜାଣନ୍ତୁ କେଉଁଠି ବ୍ୟାନ୍ ହେଲା ଏଭଳି ଥଣ୍ଡାପାନୀୟ ।

192

କନକ ବ୍ୟୁରୋ : ପ୍ରବଳ ଖରାରେ ଟିକିଏ ଥଣ୍ଡା ପାନୀୟ ଶରୀରକୁ ଆଶ୍ୱସ୍ତି ଦେଇଥାଏ । ଆଉ ଖରା ଦିନେ ବିଶେଷ କରି କୋଲ୍ଡ ଡ୍ରିଙ୍କସର ଚାହିଦା ସବୁଠୁ ଅଧିକ ରହିଥାଏ । କିନ୍ତୁ ଆସନ୍ତା ଅଗଷ୍ଟ ମାସ ୧୫ ତାରିଖରୁ ତାମିଲନାଡୁ ଲୋକମାନେ ହୁଏତ ଆଉ କୋକାକୋଲା ଏବଂ ପେପସୀ ଭଳି ଥଣ୍ଡା ପାନୀୟ ପିଇବାକୁ ନପାଇପାରନ୍ତି । ତାମିଲନାଡୁର ବ୍ୟବସାୟୀ ସଂଗଠନ ଫେଡେରେସନ୍ ଅଫ୍ ଟ୍ରେଡର୍ସ  ଆସୋସିଏସନର ଜନୈକ  ଅଧିକାରୀ ଘୋଷଣା କରିଛନ୍ତି ଯେ ଅଗଷ୍ଟ ୧୫ ତାରିଖରୁ ରାଜ୍ୟରେ କୋକାକୋଲା ଏବଂ ପେପ୍ସି ବିକ୍ରି କରାଯିବ ନାହିଁ । ଏହି ଦୁଇ ଥଣ୍ଡାପାନୀୟର ବିକ୍ରି ସେଠାରେ  ନିଷେଧ କରାଯାଇଛି । ଏହା ଫଳରେ ତାମିଲନାଡୁର ଘରୋଇ ଉତ୍ପାଦର ବିକ୍ରି ବଢ଼ିବ ବୋଲି ସଂଗଠନ ଆଶା କରିଛି ।

ତେବେ ଏହା ପ୍ରଥମଥର ପାଇଁ ନୁହେଁ, ତାମିଲନାଡୁରେ ଏହି ଦୁଇ କମ୍ପାନୀକୁ ଅତୀତରେ ମଧ୍ୟ ବ୍ୟାନ୍ କରାହୋଇଛି । ଏହା ପୂର୍ବରୁ ମାର୍ଚ୍ଚ ୨୦୧୭ରେ ବି ରାଜ୍ୟରେ ଏହି ଦୁଇ ଦେଶୀ ବ୍ରାଣ୍ଡକୁ ବ୍ୟାନ୍ କରାଯାଇଥିଲା । ଏହି  ପ୍ରସଙ୍ଗରେ ଚେନ୍ନାଇର ବଡ଼ ଏଫଏମସିଜି ରିଟେଲ୍ ଚେନର ପ୍ରବନ୍ଧକ କହିଛନ୍ତି, ବ୍ୟବସାୟୀଙ୍କ ଦ୍ୱାରା ଲଗାଯାଉଥିବା ବ୍ୟାନ୍ କେତେ ଦିନ ପର୍ଯ୍ୟନ୍ତ ଚାଲୁ ରହିବ, ସେ ନେଇ ଏବେ କିଛି କୁହାଯାଇପାରିବ ନାହିଁ ।

୨୦୧୭ ରେ ତାମିଲନାଡୁ ଫେଡେରେସନ୍ ଅଫ୍ ଟ୍ରେଡର୍ସ  ଆସୋସିଏସନର ପକ୍ଷରୁ କୁହାଯାିଥିଲା ଯେ ଦୁଇ କମ୍ପାନୀ ରାଜ୍ୟରେ ଥିବା ଜଳ ଉତ୍ସ  ଓ  ସ୍ରୋତକୁ  ଶୁଖାଇ ଦେଉଛନ୍ତି । ତେବେ ବିକ୍ରି ନିଷେଧ ହେବାର ୬ ମାସ ପରେ ହିଁ ପୁନଶ୍ଚ ଏହାର ବିକ୍ରି ଆରମ୍ଭ ହୋଇଯାଇଥିଲା । ଏହି ଦୁଇ କମ୍ପାନୀ ସହ ୧୫ ଲକ୍ଷ ବ୍ୟବସାୟୀ ଜଡିତ ଅଛନ୍ତିି ।