ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ୬୩% ଲୋକ : ସର୍ଭେ ରିପୋର୍ଟ

ପୁନର୍ବାର କ୍ଷମତାକୁ ଆସିବା ପାଇଁ ମୋଦିଙ୍କ ରଣନୀତି : କଂଗ୍ରେସ

213

ଦେଶ ଓ ଦୁନିଆରେ ରହୁଥିବା ୬୩%ରୁ ଅଧିକ ଭାରତୀୟ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଛନ୍ତି । ନିକଟରେ ଏକ ଅନଲାଇନ ସର୍ଭେରେ ଏହା ସାମନାକୁ ଆସିିଲା । ଏହି ସର୍ଭେରେ ଅଂଶ ଗ୍ରହଣ କରିଥିବା ୫୦ ପ୍ରତିଶତ ଲୋକ କହିଲେ କି, ମୋଦିଙ୍କ ଦ୍ୱିତୀୟ ଥର କାର୍ଯ୍ୟକାଳ ଦ୍ୱାରା ଦେଶକୁ ଉତ୍ତମ ଭବିଷ୍ୟତ ମିଳିବ ।

ନ୍ୟୁଜ୍ ପୋର୍ଟାଲ ‘ଡେଲି ହଣ୍ଟ୍’ ଏବଂ ଡାଟା ବିଶ୍ଲେଷଣ କରୁଥିବା କମ୍ପାନୀ ‘ନେଲସନ ଇଣ୍ଡିଆ’ ଦ୍ୱାରା ହୋଇଥିବା ମିଳିତ ସର୍ଭେରେ ପ୍ରାୟ ୫୪ ଲକ୍ଷ ଲୋକ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬୨ ପ୍ରତିଶତରୁ ଊର୍ଦ୍ଧ୍ବ ଅଂଶଗ୍ରହଣକାରୀ ମୋଦୀଙ୍କ ଉପରେ ସଂପୂର୍ଣ୍ଣ ଭରସା ଥିବା ପ୍ରକାଶ କରିଛନ୍ତି। ଗତ ୪ ବର୍ଷ ମଧ୍ୟରେ ମୋଦୀଙ୍କ ନେତୃତ୍ବରେ ସେମାନେ ବେଶ୍ ସନ୍ତୁଷ୍ଟ ଥିବା କହିଛନ୍ତି। ସେହିପରି ୫୦ ପ୍ରତିଶତ ଲୋକ ବିଶ୍ବାସ କରନ୍ତି ଯେ, ମୋଦି କ୍ଷମତାକୁ ଆସିଲେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ। ଆଗକୁ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଥିବାବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ର ଅଧିକାଂଶ

ଲୋକଙ୍କ ମୋଦିଙ୍କ ଉପରେ ଭରସା ଥିବା ସର୍ଭେରୁ ଜଣାପଡ଼ିଛି। ମୋଦି ହିଁ ଦେଶକୁ ସଠିକ୍ ନେତୃତ୍ବରେ ଆଗକୁ ନେଇପାରିବେ ବୋଲି ୬୨ ପ୍ରତିଶତ ବିଶ୍ବାସ କରୁଥିବାବେଳେ ଏହି କ୍ଷେତ୍ରରେ ରାହୁଲ ଗାନ୍ଧୀଙ୍କୁ ୧୭ ପ୍ରତିଶତ, ଅରବିନ୍ଦ କେଜ୍ରିୱାଲଙ୍କୁ ୮ ପ୍ରତିଶତ, ଅଖିଳେଶ ଯାଦବଙ୍କୁ ୩ ପ୍ରତିଶତ ଏବଂ ମାୟାବତୀଙ୍କୁ ୨ ପ୍ରତିଶତ ଲୋକ ସମର୍ଥନ କରିଥିବା ସର୍ଭେ ରିପୋର୍ଟରେ କୁହାଯାଇଛି। କଂଗ୍ରେସ ଏହି ସର୍ଭେକୁ ନକଲି ବୋଲି କହିଛି। ମୋଦି ସରକାର ଲୋକଙ୍କ ବିଶ୍ବାସ ହରାଇ ଏବେ ନକଲି ସର୍ଭେ ସହାୟତାରେ ପୁନର୍ବାର କ୍ଷମତାକୁ ଆସିବାକୁ ଚେଷ୍ଟା ଚଳାଇଛି ବୋଲି କଂଗ୍ରେସ କହିଛି।