ବର୍ଷ ୨୦୧୯ ସମସ୍ତଙ୍କ ପାଇଁ ମଙ୍ଗଳ ମୟହେଉ । ଏହି ଆଶା ନେଇ ଉଇଁଛି ବର୍ଷର ପ୍ରଥମ ସୂର୍ଯ୍ୟ ।

କୋଣାର୍କ ବେଳଭୂମୀରେ ୨୦୧୯ର ସୂର୍ଯ୍ୟେଦୟକୁ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ

74

କନକ ବ୍ୟୁରୋ: ବର୍ଷ ୨୦୧୯ ସମସ୍ତଙ୍କ ପାଇଁ ମଙ୍ଗଳ ମୟହେଉ । ଏହି ଆଶା ନେଇ ଉଇଁଛି ବର୍ଷର ପ୍ରଥମ ସୂର୍ଯ୍ୟ । କୋଣାର୍କ ବେଳଭୂମୀରେ ୨୦୧୯ର ସୂର୍ଯ୍ୟେଦୟକୁ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ ହୋଇଥିଲା ।

ସେପଟେ ପୁରୀ ସହରରେ ମଧ୍ୟ ଜମିଛି ଜିରୋ ନାଇଟ ସେଲିବ୍ରେସନ । ରଙ୍ଗ ବେରଙ୍ଗ ଆଲୋକରେ ନାଚଗୀତରେ ମସଗୁଲ ହୋଇ ଜନତା ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି । ଆଜି ନୂଆ ବର୍ଷରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଭିଡ ପରିଲକ୍ଷିତ ହୋଇଛି । ସମୁଦ୍ରକୂଳରେ ବି ଭିଡ ଦେଖିବାକୁ ମିଳିଛି ।

ବିଦାୟ ନେଇଛି ୨୦୧୮ । ଆସିଛି ନୂଆ ବର୍ଷ ୨୦୧୯ । ନୂଆବର୍ଷକୁ ରାଜଧାନୀ ଭୁବନେଶ୍ୱରରେ ଧୁମଧାମରେ ସ୍ୱାଗତ କରାଯାଇଛି । ଜିରୋ ନାଇଟ ସେଲିବ୍ରେସନ ପାଇଁ ଉତ୍ସବ ମୁଖର ହୋଇପଡିଥିଲା ଭୁବନେଶ୍ୱର । ସହର ବିଭିନ୍ନ ହୋଟେଲ କ୍ଲବରେ ଜମିଥିଲା ନାଚଗୀତର ଆସର । ଲୋକେ ରାତି ୧୨ଟା ପରେ ପରସ୍ପରକୁ ନୂଆବର୍ଷର ଶୁଭେଚ୍ଛା ଜଣାଇ ଶୁଭକାମନା କରିଥିଲେ । ଜିରୋ ନାଇଟ ସେଲିବ୍ରେସନରେ ନାଚଗୀତ ଖାଦ୍ୟର ଆସର ମଧ୍ୟ ଜମିଥିଲା । ଲୋକେ ପରସ୍ପରକୁ ନୂଆ ବର୍ଷ ଅଭିନନ୍ଦନ ଜଣାଇବା ସହ ପରସ୍ପରର ସୁଖସମୃଦ୍ଧି କାମନା କରିଥିଲେ ।

କଟକରେ ମଧ୍ୟ ଜିରୋ ନାଇଟ ସେଲିବ୍ରେସନ ବେଶ ଜମିଥିଲା । ବିଭିନ୍ନ କ୍ଲବ ଓ ହୋଟେଲରେ ଜିରୋ ନାଇଟରେ ଲୋକେ ନାଚଗୀତରେ ନୂଆବର୍ଷକୁ ସ୍ୱାଗତ କରିଥିଲେ ।