ଆତଙ୍କର ମଂଜି ବୁଣିଲା ସୋସିଆଲ ମିଡ଼ିଆ: ରାଜ୍ୟର ବିଭିନ୍ନ ସ୍ଥାନରେ ପିଲାଚୋରି ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ । ନୟାଗଡ, ବାଲିଗୁଡା, ବ୍ରହ୍ମପୁର ଓ ଭୁବନେଶ୍ୱର ନୟାପଲ୍ଲୀରୁ ଆସିଲା ଖବର

45

କନକ ବ୍ୟୁରୋ: ଗୁଜବକୁ ନେଇ ଗୁଣ୍ଡାଗିରି । ପିଲା ଚୋରି ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ । ପିଲା ଚୋରୀ ଗୁଜବ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପିଲା ଚୋର ସନ୍ଦେହରେ ଯୁବକଙ୍କୁ ମାଡ ମରାଯାଉଥିବା ଚିତ୍ର ସାମ୍ନାକୁ ଆସିଛି । ଭୁବନେଶ୍ୱର ସମେତ ନୟାଗଡ, ବ୍ରହ୍ମପୁର ଓ ବାଲିଗୁଡାରେ ଯୁବକଙ୍କ ନିର୍ଧୁମ ଛେଚିଛନ୍ତି ଗ୍ରାମବାସୀ । ଗାଁରେ ଅଚିହ୍ନ ଲୋକଙ୍କୁ ଦେଖିଲେ କେହି କିଛି ବୁଝିବା ଆଗରୁ ମାଡ ମାରି ଲହୁଲୁହାଣ କରୁଛନ୍ତି । ତେବେ ପୁଲିସ ମାଡ ଖାଇଥିବା ଯୁବକଙ୍କୁ ଉଦ୍ଧାର କରି ତଦନ୍ତ କରୁଛି ପୁଲିସ । ତେବେ କେତେକ ସ୍ଥାନରେ ମାଡ ଖାଇଥିବା ନିର୍ଦୋଶ ବୋଲି ଜଣାପଡିଥିବା ସୂଚନା ମିଳିଛି ।

ଭୁବନେଶ୍ୱର ଓ ବ୍ରହ୍ମପୁରର ଗତକାଲି ରାତିରେ ଯୁବକଙ୍କୁ ମାଡ ମରାଯାଇଥିବା ବେଳେ ଆଜି ସକାଳୁ ସକାଳୁ ନୟାଗଡ ଓ କନ୍ଧମାଳ ବାଲିଗୁଡାରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଦୁଇ ଜଣ ଯୁବକ । ନୟାଗଡର ଏକ ସ୍ୱେଚ୍ଛାସେବୀ ସଂଗଠନରେ କାମ କରୁଥିବା ଗଣିଆ ଅଂଚଳର ପ୍ରଶାନ୍ସ ସାହୁ, ଟାଉନଥାନା ଅନ୍ତର୍ଗତ ମହାବୀର ପାଟଣା ସାହିରେ କୁନିକୁନି ପିଲାଙ୍କୁ ପାରିବାରିକ ସଂସ୍କାର ବାବଦରେ ବୁଝାଉଥିବା ବେଳେ ଲୋକେ ତାଙ୍କୁ ପିଲାଚୋର ସନ୍ଦେହ କରି ମାରପିଟ୍ କରିଛନ୍ତି । ଏନେଇ ପ୍ରଶାନ୍ତ ପରିବାର ଲୋକ ଟାଉନଥାନାରେ ଅଭିଯୋଗ କରିଛନ୍ତି । ସମାନ ଢଙ୍ଗରେ ଭୁବନେଶ୍ୱରର ନୟାପଲ୍ଲି, ବ୍ରହ୍ମପୁର ସହର ଓ ବାଲିଗୁଡାରେ ଯୁବକଙ୍କୁ ଆକ୍ରମଣ କରାଯାଇଛି । ତେବେ ଏନେଇ ପୁଲିସ ତଦନ୍ତ କରୁଥିବା ବେଳେ ସମ୍ପୃକ୍ତ ଗ୍ରାମବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେପଟେ, ସାହିରେ ଅଜଣା ବ୍ୟକ୍ତିକୁ ଦେଖିଲେ ମାଡ଼ । ଗାଁ ଠାରୁ ସହର ସବୁଠି ପିଲା ଚୋରିର କୋକୁଆ ଭୟ । ଆଉ ଆତଙ୍କର ମଂଜି ବୁଣିଛି ସୋସିଆଲ ମିଡ଼ିଆ । ଯାହାର ପରିଣାମ ଭୋଗ କରୁଛନ୍ତି ନିରିହ ଯୁବକ । ଅଜଣା ବ୍ୟକ୍ତିକୁ ଦେଖିଲେ ମାଡ଼ ମାରି ଥାନାରେ ଯିମା ଦେଉଛନ୍ତି ଲୋକ । କୋରାପୁଟର ଜୟପୁର ସହରର ଜୟପୁୁର ସହରର ଜୟନଗରରେ ଜଣେ ଅଜଣା ବ୍ୟକ୍ତିକୁ ସାହିବାସି ମାଡ଼ ମାରି ଆହତ କରିଥିବା ବେଳେ ପୁଲିସ ଉଦ୍ଧାର କରିଛି । ସେହିଭଳି ବୋରିଗୁମ୍ମା ବ୍ଳକର କୁମୁଲି ପଚାଂୟରେ ମଧ୍ୟ ଜଣେ ଅଜଣା ବ୍ୟକ୍ତିଂକୁ ଗ୍ରାମବାସି ଧରି ନିସ୍ତୁକ ମାଡ଼ ମାରିଛନ୍ତି ।

କୋରାପୁଟ ଜିଲ୍ଲାର ଅନେକ ସ୍ଥାନରେ ପିଲା ଚୋର ସନ୍ଦେହରେ ଯୁବକଙ୍କ ମାଡ ମାରିବା ଖବର ଜଣାପଡିବା ପରେ ପିଲା ଚୋରି ଗୁଜବରୁ ନେଇ ସଚେତନାତା ସୃଷ୍ଟି କରୁଛି ପୁଲିସ । ପିଲା ଚୋରିକୁ ବିଶ୍ୱାସ ନ କିରବାକୁ ଅନୁରୋଧ କରି କାନ୍ଥ ବାଡ଼ରେ ପୋଷ୍ଟର ମାରିଛି ପଲିସ । ଆଉ କାହାରି ଉପରେ ସନ୍ଦେହ ହେଲେ ପୁଲିସକୁ ସୁଚନା ପାଇଁ ଦେବା ପାଇଁ କୋରାପୁଟ ପୁଲିସ ନମ୍ବର ଜାରି କରିଛି । ସେପଟେ ରାୟପୁର ଓ ଗଂଜାମ ଜିଲ୍ଲାରେ ମଧ୍ୟ ଏହି ଆତକଙ୍କ ଖେଳି ଯାଇଛି । ଖଲ୍ଲିକୋଟରେ ପିଲା ଚୋର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଆଖିବୁଜା ମାଡ ମାରିଛନ୍ତି ସ୍ଥାନୀୟ ଲୋକ ।