ସାପବି ହୋଇପାରେ ମଣିଷର ବନ୍ଧୁ ! ଏକାଠି ଖାଆନ୍ତି, ଏକାଠି ଖେଳନ୍ତି, ଜାଣନ୍ତୁ ଏହା ପଛର ବଡ ଇତିହାସ ।

115

ଜଣେ ମନୁଷ୍ୟ ଯେତେବି ସାହସି ହୋଇଥାଉନା କହିଁକି, ସାପକୁ ଦେଖିବା ମାତ୍ରେ ସମସ୍ତଙ୍କ ମନରେ ଏକପ୍ରକାର ଡର ଦେଖାଦେଇଥାଏ । ସାପ ମଧ୍ୟ ମନୁଷ୍ୟଙ୍କୁ ଦେଖିବା ମାତ୍ରେ ଆକ୍ରାମକ ହୋଇଉଠିଥାଏ । କିନ୍ତୁ ଭାରତରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ମନୁଷ୍ୟ ଏବଂ ସାପଙ୍କ ମଧ୍ୟରେ ବନ୍ଧୁତ୍ୱ ଦେଖାଦେଇଛି । ହରିୟାଣା ରୋହତକ ଜିଲ୍ଲାର ରୋହେଡା ଗ୍ରାମରେ ସାପ ଏବଂ ମନୁଷ୍ୟ ଉଭୟ ପରଷ୍ପର ସହ ସାଙ୍ଗ ହୋଇ ରହୁଛନ୍ତି । ସାପକୁ ଏଠାରେ ମୃତ୍ୟୁ ଦିଆଯାଏ ନାହିଁ କିମ୍ବା ଆଜିଯାଏ ସାପ କାମୁଡାରେ ଏଠାରେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇନାହିଁ ।

ଏହି ଗାଁର ଲୋକମାନେ ସାପକୁ ମାରିବା ମହାପାପ ବୋଲି ମାନିଥାନ୍ତି । ଗାଁର ସରପଞ୍ଚଙ୍କ କହିବା ମୁତାବକ ୩ଶହ ବର୍ଷ ପୂର୍ବରୁ କୁଣ୍ଡୁ ଗୋତ୍ରର ଲୋକମାନେ ଘୋଘଡିଆ ଗ୍ରାମରେ ଆସି ନିଜର ବସବାସ ସ୍ଥାପନ କରିଥିଲେ । ସେହି ସମୟରେ ଜଣେ ମହିଳା ଗୋଟେ ତ୍ପୁତ୍ର ସନ୍ତାନକୁ ଜନ୍ମ ଦେବା ସହିତ ଏକ ସାପକୁ ମଧ୍ୟ ଜନ୍ମ ଦେଇଥିଲେ । ମହିଳା ତାର ପୁତ୍ର ସନ୍ତାନକୁ ଯେତିକି ଭଲପାଇବା ଦେଉଥିଲେ ସାପକୁ ମଧ୍ୟ ସେତିକି ଭଲପାଇବା ଦେଇ ପାଳିଥିଲେ । ଭାଦ୍ରବ ମାସ ଚତୁର୍ଥ ପକ୍ଷ ଦିନ ମହିଳା ଜଣକ ତାଙ୍କ ପୁତ୍ର ଏବଂ ସାପକୁ ଘରେ ଛାଡି କ୍ଷେତକୁ ଯାଇଥିବା ବେଳେ ତାଙ୍କ ଭାଇ ଘରକୁ ଆସିଥିଲେ । ସେ ଘରକୁ ଆସି ଦେଖିଥିଲେ ତାଙ୍କ ଭଣଜା ଏକ ସାପ ସାଙ୍ଗରେ ଖେଳୁଛି । ଏହା ଦେଖି ମାମୁ ଡରିଯାଇ ସାପଟିକୁ ମାରିଦେଇଥିଲେ । ସାପଟିକୁ ମାରିବା କ୍ଷଣି ଶିଶୁ ପୁତ୍ରଟିର ମଧ୍ୟ ଆପେ ଆପେ ମୃତ୍ୟୁ ହୋଇଯାଇଥିଲା । ମହିଳା ଯେତେବେଳେ ଏହି ଘଟଣା ସମ୍ପର୍କରେ ଜାଣିଲେ ସେତେବେଳେ ସେ ରାଗିଯାଇ ତାଙ୍କ ଭାଇକୁ ବଚନ ଦେଇ କହିଥିଲେ, ଯେଉଁଦିନ ମୋ ପୁତ୍ର ସନ୍ତାନ ମୃତ୍ୟୁବରଣ କରିଛି ଭବିଷ୍ୟତରେ ସେଇ ଦିନ ତୁମେ ମୋ ଘରକୁ ଆସିବ ନାହିଁ । ଯଦିବି ଆସ ତେବେ ସେଦିନ ତୁମକୁ ଅନ୍ନ ଜଳ ଦିଆଯିବ ନାହିଁ । ତେବେ ସେହି ଦିନ ଠାରୁ ନେଇ ଆଜିପର୍ଯ୍ୟନ୍ତ ଗାଁରେ ଯଦି କୌଣସି ବ୍ୟକ୍ତିକୁ ସାପ କାମୁଡିଦିଏ ସେହି ଦିନ କୁଣ୍ଡୁ ଗୋତ୍ରର ଲୋକମାନେ ଘରକୁ ଆସିଥିବା ବନ୍ଧୁ କିମ୍ବା ଭିକାରିଙ୍କୁ ଅନ୍ନ ଜଳ ଦେଇନଥାନ୍ତି । ସରପଞ୍ଚ ଏହା ମଧ୍ୟ କହିଛନ୍ତି ୩ଶହ ବର୍ଷର ଇତିହାସ ସାଖୀ ଅଛି, ଆଜିପର୍ଯ୍ୟନ୍ତ ଏହି ଗ୍ରାମରେ କୌଣସିବି ବ୍ୟକ୍ତି ସାପ କାମୁଡାରେ ମୃତ୍ୟୁବରଣ କରିନାହାଁନ୍ତି ।