ଋଣ ପରିଶୋଧ କରିବାର ମାଧ୍ୟମ ସାଜୁଛନ୍ତି ନିରୀହ ଶିଶୁ କନ୍ୟା : ମାତ୍ର ୪ ମାସରେ ୧୬୧ ଝିଅଙ୍କୁ କରାଯାଇଛି ବିକ୍ରି 

ଆଫଗାନିସ୍ତାନରେ ବାଲ୍ୟ ବିବାହର ଚେର ବହୁତ ଗଭୀର ।

132

ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ମରୁଡି ସମସ୍ୟା କାରଣରୁ ମାନବ ଜାତି ଉପରେ ସଂକଟ ଆସିଲାଣି । ଲୋକମାନେ ନିଜ ଋଣ ପରିଶୋଧ କରିବା ପାଇଁ ଓ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଛୋଟ ଛୋଟ ଝିଅଙ୍କୁ ବିବାହ ପାଇଁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଆଫଗାନିସ୍ତାନର ମରୁଡି ଗ୍ରସ୍ତ ହେରାତ ଓ ବଗଦୀଜ୍ ପ୍ରାନ୍ତରେ ସଂଯୁକ୍ତ ରାଷ୍ଟ୍ରର ବାଲ୍ୟ ଏଜେନ୍ସି ଅନୁମାନ ଲଗାଇଛନ୍ତି କି, ଗୋଟିଏ ମାସରୁ ଆରମ୍ଭ କରି ୧୬ ବର୍ଷ ପର୍ଯ୍ୟନ୍ତ ବର୍ଷ ବୟସର ସର୍ବନିମ୍ନ ୧୬୧ ଶିଶୁ କନ୍ୟା କେବଳ ୪ ମାସରେ ବିକ୍ରି କରାଯାଇଛି ।

ଆପଗାନିସ୍ତାନରେ ପିଲାଙ୍କ ସ୍ଥିତି ବହୁତ ଖରାପ । ଜୁଲାଇରୁ ଅକ୍ଟୋବର ମଧ୍ୟରେ କରାଯାଇଥିବା ସର୍ବେକ୍ଷଣରେ ଜଣାପଡିଛି କି, ଝିଅଙ୍କର ନିର୍ବନ୍ଧ କରିଦିଆଯାଇଛି କିମ୍ବା ବିବାହ  କିମ୍ବା ଋଣ ପରିଶୋଧ କରିବା ପାଇଁ ବିକ୍ରି କରିଦିଆଯାଇଛି । ମରୁଡି ପୂର୍ବରୁ ୮୦%ରୁ ଅଧିକ ପରିବାର ଋଣଗ୍ରସ୍ତ ଥିଲେ । କେତେକ ପରିବାରର ଆଶା ଥିଲା ଯେ, ଭଲ ଫସଲ ହେଲେ ସେମାନେ ଋଣ ପରିଶୋଧ କରିଦେବେ । କିନ୍ତୁ ଦୁର୍ଭାଗ୍ୟବଶତଃ ଝିଅମାନେ ଏଇଠି ଋଣ ପରିଶୋଧ କରିବାର ମାଧ୍ୟମ ସାଜୁଛନ୍ତି । ଯେଉଁ ଝିଅଙ୍କ ନିର୍ବନ୍ଧ କରାଯାଇଛି, ସେମାନଙ୍କ ମଧ୍ୟରୁ କିଛି ମାସର ଶିଶୁ କନ୍ୟା ଅଛନ୍ତି । ଏହା ବ୍ୟତୀତ ୧୧ ବର୍ଷ କିମ୍ବା ତା’ଠାରୁ କମ୍ ବୟସ ପର୍ଯ୍ୟନ୍ତ ଝିଅଙ୍କର ବିବାହ କରିଦିଆଯାଇଛି । ଆଫଗାନିସ୍ତାନରେ ବାଲ୍ୟ ବିବାହର ଚେର ବହୁତ ଗଭୀର । ପାଖାପାଖି ୩୫% ଜନସଂଖ୍ୟା ଏଥିରେ ସାମିଲ ଅଛନ୍ତି, ଯେବେକି କିଛି କିଛି ଜାଗାରେ ଏହା ୮୦% ପର୍ଯ୍ୟନ୍ତ ।