ଛାତ ଉପରେ ଧନ୍ୟବାଦ ବାର୍ତ୍ତା ! କେରଳରେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଥିବା ଯବାନଙ୍କୁ ଏକ ନିଆରା ଢଙ୍ଗରେ ଦିଆଗଲା ଧନ୍ୟବାଦ ।

33

ପ୍ରଳୟଙ୍କାରୀ ବନ୍ୟା,ପବନର ସୁ’ ସୁ’ ଗର୍ଜନ ଏବଂ କୁଢକୁଢ ଶବ ମଧ୍ୟରେ ଫସିଥିବା କେରଳବାସୀଙ୍କ ପାଇଁ ଦେବଦୂତ ସାଜିଥିଲେ ଭାରତୀୟ ନୌସେନା,ସ୍ଥଳସେନା,ଏନଡିଆରଏଫ୍ ଏବଂ ଅନ୍ୟ ଯବାନ । ଏହି ବନ୍ୟାରେ ସବୁଠାରୁ ଚର୍ଚ୍ଚିତ ଖବର ଥିଲା ଜଣେ ଗର୍ଭବତୀ ମହିଳାଙ୍କୁ କିଭଳି ଜଣେ ନୌସେନା ଯବାନ ଉଦ୍ଧାର କରିଥିଲେ ଏବଂ ଗୋଟିଏ ଛୋଟପିଲାକୁ କିଭଳି ଛାତଉପରୁ ଜଣେ ଯବାନ ଦେବଦୂତ ସାଜି ଆସି ଉଦ୍ଧାର କରିଥିଲେ । ଏହି ଯବାନଙ୍କ ସାହସିକତା ଯୋଗୁଁ ବଞ୍ôଚଯାଇଛି ହଜାର ହଜାର ଲୋକଙ୍କ ଜୀବନ । ତେବେ କେବଳ ଯବାନ ନୁହଁନ୍ତି କିଛି ସାଧାରଣ ଲୋକ ମଧ୍ୟ ସ୍ୱେଚ୍ଛାକୃତ ଭାବେ ଆଗକୁ ଆସି କେରଳବାସୀଙ୍କ ଜୀବନ ବଞ୍ଚାଇଥିଲେ ।

ତେବେ ଏଥି ମଧ୍ୟରେ ଆଉ ଏକ ଖବର ମଧ୍ୟ ଶୁଣିବାକୁ ମିଳିଛି ଉକ୍ତ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବା ପରେ କେହି ଜଣେ ଛାତ ଉପରେ ବଡ ବଡ ଅକ୍ଷରରେ “ଥ୍ୟାଙ୍କସ୍” ଲେଖି ଯବାନଙ୍କୁ ଧନ୍ୟବାଦ ଜଣାଇଥିଲେ । ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏହି ଖବର ପ୍ରସାର ହେବା ପରେ ଲୋକେ ଉଦ୍ଧାରକାରୀ ସେନାଙ୍କୁ ଭୁରୁଭୁରି ପ୍ରଶଂସା କରୁଛନ୍ତି ।