ବଜାରରୁ ଉଭେଇ ଯିବ କି ୫ ଟଙ୍କିଆ କଏନ ? ବନ୍ଦ ହେବା ନେଇ ଆସିଲା ଖବର, ଜାଣନ୍ତୁ କେଉଁ ପ୍ରକାରର କଏନକୁ ଅଚଳ ଘୋଷଣା କଲା ଆରବିଆଇ

39

୧୦ ଟଙ୍କିଆ କଏନ ପରେ ଏବେ ୫ ଟଙ୍କିଆ କଏନ ବନ୍ଦ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ମୁତାବକ, କିଛି ଦିନ ହେଲା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ ବଡ ଦୋକାନୀ ପର୍ଯ୍ୟନ୍ତ ଏହି ୫ ଟଙ୍କିଆ କଏନକୁ ଗ୍ରହଣ କରିବାକୁ ରୋକଠୋକ୍ ମନା କରିଦେଉଥିବା ଅଭିଯୋଗ ଆସୁଛି । ଖାଲି ୫ ଟଙ୍କିଆ କଏନ ନୁହେଁ ବରଂ ନୂଆ ୧ ଟଙ୍କିଆ କଏନ ନେବାକୁ ବି ମନା କରିଦେଉଛନ୍ତି ।

ଏହାର ମୁଖ୍ୟ କାରଣ ହେଲା, ଲୋକେ ୫ ଟଙ୍କିଆ ନୂଆ କଏନକୁ ନକଲି ବୋଲି ଭାବୁଛନ୍ତି । ଯେଉଁଥି ପାଇଁ ଏହାକୁ ଗ୍ରହଣ କରିବାକୁ ପୂରାପୂରି ନାରାଜ୍ । କିଛି ଲୋକେ ତ ଯୁକ୍ତି କରୁଛନ୍ତି କି, ତାଙ୍କଠାରୁ ଏହି କଏନ କେହି ନେଉନଥିବାରୁ ସେ ମଧ୍ୟ କାହାଠାରୁ ଏହାକୁ ଗ୍ରହଣ କରୁନାହାଁନ୍ତି ବୋଲି ।

ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି, କଣ ସତରେ ୫ ଟଙ୍କାର ଏହି ନୂଆ କଏନ ବନ୍ଦ ହୋଇଯାଇଛି ନା ଏହା କୌଣସି ଗୁଜବ । ତେବେ ଏହି ପ୍ରଶ୍ନର ଉତ୍ତର ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ସ୍ପଷ୍ଟ କରିସାରିଛି । ଆରବିଆଇ ତରଫରୁ ଚଳିତ ବର୍ଷ ୧୫ ଫେବୃୟାରୀରେ ବିଭିନ୍ନ ବ୍ୟାଙ୍କ ଗୁଡିକୁ ଜାରି କରାଯାଇଥିବା ଏକ ସର୍କୁଲାରରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି କି, ୧,୨,୫ ଏବଂ ୧୦ ଟଙ୍କିଆ କଏନ ସଂପୂର୍ଣ୍ଣ ଭାବରେ ଗ୍ରହଣଯୋଗ୍ୟ । ଏହି କଏନକୁ କୌଣସି ବ୍ୟକ୍ତି ଗ୍ରହଣ କରିବାକୁ ମନା କରିପାରିବେ ନାହିଁ । କିମ୍ବା କୌଣସି ବ୍ୟାଙ୍କ ମଧ୍ୟ ନେବାକୁ ମନା କରିପାରିବେ ନାହିଁ ।

ଆରବିଆଇ ଆହୁରୀ ମଧ୍ୟ କହିଛି କି, ମାର୍ଚ୍ଚ, ୨୦୦୯ ପରେ ଯେତେସବୁ କଏନ ଜାରି କରାଯାଇଥିଲା, ସେସବୁ ଆଇନସମ୍ମତ ଅଟେ । ଏହି ଅବସରରେ ଆରବିଆଇ ଲୋକଙ୍କ ମନରେ ଥିବା ସମସ୍ତ ଦ୍ୱନ୍ଦ୍ୱକୁ ମଧ୍ୟ ଦୂର କରିବାକୁ ପ୍ରୟାସ ଜାରି ରଖିଛି ।

ଆରବିଆଇର ସୂଚନା ମୁତାବକ, କଏନ ଦୀର୍ଘ ଦିନ ଧରି ପ୍ରଚଳିତ । ଏଥିପାଇଁ ଏହା ସମ୍ଭବ କି ଗତବର୍ଷ ହିଁ ପ୍ରସ୍ତୁତ ହୋଇଥିବା କଏନ ସହିତ ୧୦ ବର୍ଷ ପୁରୁଣା କଏନ ମଧ୍ୟ ଗ୍ରହଣଯୋଗ୍ୟ ହୋଇପାରେ । ଖାଲି ଏତିକି ନୁହେଁ ଭାରତୀୟ ରିଜର୍ଭ ବ୍ୟାଙ୍କର ୱେବସାଇଟରେ ମଧ୍ୟ ୫ ଟଙ୍କିଆ ନୂଆ କଏନ ଜାରି କରାଯାଇଛି । ଅନ୍ୟ ପଟରେ ଆରବିଆଇ ତରଫରୁ ବର୍ତମାନ ପର୍ଯ୍ୟନ୍ତ କେଉଁଠି ବି କୁହାଯାଇ ନାହିଁ କି, ଏହି କଏନଗୁଡିକ ଲିଗାଲ ଟେଣ୍ଡର ନୁହେଁ ବୋଲି । ଏଥିପାଇଁ ଆପଣ ୧ ଓ ୫ ଟଙ୍କିଆ ନୂଆ କଏନ ନିଶ୍ଚିତ ହୋଇ ନେଇ ପାରିବେ । ଯଦି ଆପଣଙ୍କର କୌଣସି ସନ୍ଦେହ କିମ୍ବା ମନରେ କୌଣସି ପ୍ରଶ୍ନ ରହିଛି ତେବେ ଏବାବଦରେ ଆପଣ ନିକଟସ୍ଥ ବ୍ୟାଙ୍କକୁ ଯାଇ ସଂପୂର୍ଣ୍ଣ ତଥ୍ୟ ହାସଲ କରିପାରିବେ ।