ପ୍ଲାଟଫର୍ମରେ ପର୍ଣ୍ଣ ! ମାଗଣା ୱାଇ ଫାଇକୁ ନେଇ ମସ୍ତି

88

ରେଲୱେ ଷ୍ଟେସନର ମାଗଣା ୱାଇ ଫାଇରେ ଅଧିକାଂଶ ଲୋକ ପର୍ଣ୍ଣ ସାଇଟ୍ ଦେଖିବା ସହ ପର୍ଣ୍ଣ ଭିଡିଓ ଡାଉନଲୋଡ୍ କରୁଛନ୍ତି । ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ରେଲଟେଲ୍ । ଆଉ ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ରହିଛି ବିହାରର ପାଟନା ରେଲୱେ ଷ୍ଟେସନ ।

ଇଣ୍ଟରନେଟ୍ ସର୍ଚ୍ଚରେ ପାଟନା ପରେ ଜୟପୁର ଥିବା ବେଳେ ତୃତୀୟ ସ୍ଥାନରେ ଅଛି ବେଙ୍ଗାଲୁରୁ । ଏବଂ ତାପରେ ଅଛି ନିୟୁ ଦିଲ୍ଲୀ । ଦେଶର ସମୁଦାୟ ୨୩ଟି ରେଲୱେ ଷ୍ଟେସନରେ ସରକାର ମାଗଣା ୱାଇ ଫାଇ ସୁବିଧା ଯୋଗାଇ ଦେଇଛନ୍ତି । ଆସନ୍ତା ବର୍ଷ ସୁଧା ଦେଶର ଅନ୍ୟ ପ୍ରମୁଖ୍ୟ ରେଳ ଷ୍ଟେସନ୍ ମାନଙ୍କରେ ଏହି ସୁବିଧା ଯୋଗାଇ ଦିଆଯିବ । ମାଗଣା ୱାଇ ଫାଇ ସେବା ପାଇବାରେ ପାଟନା ହେଉଛି ବିହାରର ପ୍ରଥମ ରେଲୱେ ଷ୍ଟେସନ୍ ।