ପ୍ଲାଷ୍ଟିକରୁ ତିଆରି ହେଉଛି ପେଟ୍ରୋଲ ଓ ଡିଜେଲ ! ଲୋକମାନେ ଆପଣାଉଛନ୍ତି ଏହି ଉପାୟ

44

ପ୍ଲାଷ୍ଟିକ ଡବା,ବୋତଲ, ଭଙ୍ଗା ଖେଳନା ପରି ଜିନିଷ ଆପଣଙ୍କ ପାଇଁ ଅଦରକାରୀ ହୋଇପାରେ କିନ୍ତୁ କିଛି ଲୋକ ଏହି ଜିନିଶକୁ ନେଇ ମୋଟା ଅଙ୍କରେ ଆମଦାନୀ କରୁଛନ୍ତି । ଲୋକମାନେ ଏହି ସବୁ ଅଦରକାରୀ ବସ୍ତୁ ଦ୍ୱାରା ଇନ୍ଧନ ପର୍ଯ୍ୟନ୍ତ ତିଆରି କରୁଛନ୍ତି । ଆଉ ଏହି ଇନ୍ଧନରୁ ଗାଡି ଚାଲୁଛି,ଜେନେରେଟର ଚାଲୁଛି ଓ ଗ୍ୟାସର ଚୁଲା ମଧ୍ୟ ଜଳୁଛି । ଯେଉଁ ପ୍ରକାରେ ଏହି ଲୋକମାନେ ବହୁତ କମ ମେସିନର ବ୍ୟବହାର କରି ପ୍ଲାଷ୍ଟିକକୁ ଡିଜେଲ, ପେଟ୍ରୋ, କିରୋସିନ ଓ ଗ୍ୟାସରେ ପରିଣତ କରିବା ସମସ୍ତଙ୍କୁୁ ଆଶ୍ଚର୍ଯ୍ୟ କରିଛି । ରଏଟର ସୂଚନା ଅନୁସାରେ ସିରିୟାରେ ଲୋକାମାନେ ଏପରି କରୁଛନ୍ତି ।

1bସର୍ବପ୍ରଥମେ ପ୍ଲାଷ୍ଟିକକୁ ଏକାଠି କରାଯାଏ । ଏହି ପ୍ଲାଷ୍ଟିକକୁ ଏକ ବଡ ଡ୍ରମରେ କିମ୍ବା ବଏଲରରେ ପକାଯାଏ ଏବଂ ଏହାକୁ ସିଲ କିରଦିଆଯାଏ ଏବଂ ଉପରୁ ଗ୍ୟାସ ଯିବା ପାଇଁ ଏକ ପାଇପ ଲଗାଯାଏ । ପ୍ଲାଷ୍ଟିକକୁ ଯଦି ଅମ୍ଳଜାନ ଅନୁପସ୍ଥିିତିରେ ଜଳାଯାଏ, ତେବେ ପ୍ଲାଷ୍ଟିକ ତରଳିବ ସତ କିନ୍ତୁ ଜଳେନାହିଁ । ଏଥିରୁ ଗ୍ୟାସ ବାହାରେ । ଏହି ଗ୍ୟାସ ଉପରେ ଲାଗିଥିବା ପାଇପ ଦ୍ୱାରା ଏକ ପାଣି ଟାଙ୍କିକୁ ଚାଲିଯାଏ । ପାଣି ଟାଙ୍କିରେ ସାମାନ୍ୟ ଗରମ ଥିବା ପାଣି ଥାଏ ।

ଉକ୍ତ ଗ୍ୟାସ ପାଣିକୁ ଆସିବା ପରେ ତରଳ ପଦାର୍ଥରେ ରୂପାନ୍ତର ହୋଇଯାଏ । ଏହି ତରଳ ପଦାର୍ଥ ପାଣି ଠାରୁ19 ହାଲୁକା ଥାଏ ତେଣୁ ପାଣି ଉପରେ ଭାସେ ଓ ଏକାଠି ହୋଇଯାଏ । ଏହି ତରଳ ପଦାର୍ଥକୁ ବାହାର କରିବା ପାଇଁ ଏକ ପାଇପ ବ୍ୟହାର କରାଯାଏ ଯାହାର ମୁହଁ ପାଣିରୁ ଟିକିଏ ଉପରେ ଥାଏ । ଏହପରି ଭାବେ ଉକ୍ତ ତରଳ ପଦାର୍ଥ ପାଇପ ସାହାଯ୍ୟରେ ଅନ୍ୟ ଏକ ଟାଙ୍କିକୁ ନିଆଯାଏ ।

ଦ୍ୱିତୀୟ ଟାଙ୍କିରେ ଜମା ହୋଇଥିବା ଏହି ତରଳ ପଦାର୍ଥ ହିଁ ଇନ୍ଧନ ରୂପେ ବ୍ୟବହାର ହୁଏ । ଏହି ଇନ୍ଧନ କିନ୍ତୁ ସଫା ନଥାଏ । ଏହାକୁ ନିଅାଁ ଲଗାଇବା ପାଇଁ ସହଜରେ ବ୍ୟହାର କାଯାଇପାରିବ । ଏହାକୁ ରିଫାଇନ କରିବା ପରେ ଏହା ପେଟ୍ରୋଲ,ଡିଜେଲ ଓ ଗ୍ୟାସରେ ରୂପାନ୍ତର ହୁଏ । ସିରିଆର ଏକ ପରିବାର ଏପରି କରି ମୋଟ ଅଙ୍କର ଅର୍ଥ କମାଉଥିବା ରୟଟର ତରଫରୁ ସୂଚନା ।
                                                               ସୌଜନ୍ୟ-ମନିଭାସ୍କର.କମ