ଏ ହେଉଛି ପୃଥିବୀର ପାତାଳ ଲୋକ ! ଯେଉଁଠି ମାଟି ତଳେ ଲୋକ କରନ୍ତି ବସବାସ ।

148

ମନେ ଅଛି ଛୋଟ ପିଲାବେଳେ ବୁଢୀ ମା’ କାହାଣୀ ଶୁଣିଲା ବେଳେ ମା’ ପାତାଳ ଲୋକ କଥା କହି ଖୁଆଇ ଦେଉଥିଲେ । ସେତେବେଳେ ବାଚାଳ ମନରେ ମଧ୍ୟ ଏଭଳି କଥା ସବୁ ସତ ଲାଗୁଥିଲା । କିନ୍ତୁ ବୟସ ବଢିବା ସହ ଏଭଳି ଅବାନ୍ତର କଥାକୁ ଗପର ନାଁ ଦେଇ ଦିଆଯାଉଥିଲା । କିନ୍ତୁ ଯଦି ଏଭଳି ଗପକୁ ଦେଖିବେ ତେବେ ପ୍ରକୃତ ଜୀବନରେ ମଧ୍ୟ ଏଭଳି ଗପ କେତେକ କ୍ଷେତ୍ରରେ ସତ ପାଲଟିଛି ।

ଆଫ୍ରିକାରେ ଅବସ୍ଥିତ ଥିବା ଏକ ସ୍ଥାନ ଟ୍ୟୁନିସିୟାର ଅଧିବାସୀ ଆଜି ମଧ୍ୟ ଏଭଳି ପାତାଳ ଲୋକ ନଗରୀ ମଧ୍ୟରେ ବସବାସ କରୁଛନ୍ତି । ଏଭଳି ଘର ପ୍ରାୟ ଏକ ଦଶନ୍ଧୀ ତଳେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ । ତେବେ ଆସନ୍ତୁ ଏହି ପାତାଳ ଲୋକଙ୍କ ବିଷୟରେ ଅଧିକ ଜାଣିବା ।

ଟ୍ୟୁନିସିୟାର ଦଜେବେଲ ନାମକ ସ୍ଥାନରେ ଏଭଳି ଅନେକ ଘର ଅଛି ଯାହା ଭୁମି ତଳେ ତିଆରି କରାଯାଇଛି । ଏଭଳି ଘର ନିର୍ମାଣ କରିବା ପଛର କାରଣ ସେଠାକାର ଜଳବାୟୁ । ସେଠାରେ ଅଧିକ ପରିମାଣରେ ଗରମ ପବନ ବୋହୁଥିବାରୁ ସେଠାରେ ରହୁଥିବା ଅଧିବାସୀ ଭୀଷଣ ଗରମ ଦାଉରୁ ରକ୍ଷା ପାଇବା ପାଇଁ ଏଭଳି ପଦକ୍ଷେପ ଆପଣାଉଥିଲେ । ଯାହା ଏବେ ପର୍ଯ୍ୟନ୍ତ ବଳବତ୍ତର ରହିଛି । ଏଠାରେ ରହୁଥିବା ଅଧିବାସୀ ଚାଷ କରି ଜୀବନ ନିର୍ବାହ କରୁଥିବା ବେଳେ ନିଜ ସଂସ୍କୃତି ଏବଂ ରହଣୀ ସ୍ଥଳୀକୁ ଛାଡି ଅନ୍ୟତ୍ର ଯିବାକୁ ପସନ୍ଦ କରୁନାହାନ୍ତି । ଏହି ଘରେ ପବନ ପ୍ରମାହିତ ହେବାକୁ ପର୍ଯ୍ୟାପ୍ତ ସ୍ଥାନ ରହିଛି ।