ମୋଦିଙ୍କ ଫଟୋ ପୋଜ୍ ! ଲୋକ ନଥିଲେ ହେଲେ ହାତ ହଲାଉଥିଲେ ପ୍ରଧାନମନ୍ତ୍ରୀ

501

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ରବିବାର ଜମ୍ମୁ-କାଶ୍ମୀର ଗସ୍ତରେ ଯାଇଥିଲେ । ସେଠାରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୋଦି। ସର୍ବପ୍ରଥମେ ମୋଦି ଲେହରେ କିଛି ସମୟ ପାଇଁ ଅଟକି ଥିଲେ । ଆଉ ସେଠାରେ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ । ଏହାସହ ଭୂସର୍ଗ କୁହାଯାଉଥିବା ଜମ୍ମୁ କାଶ୍ମୀରର ନୈସର୍ଗିକ ପ୍ରାକୃତିକ ସୌନ୍ଦର‌୍ୟ୍ୟର ମଜା ମଧ୍ୟ ଉଠାଇଥିଲେ ।

ପ୍ରାକୃତିକ ପରିବେଶ ସାଙ୍ଗକୁ ମନୋଲୋଭା ଶୋଭାରାଜିରେ ଭରପୁର ଶ୍ରୀନଗର ସ୍ଥିତ ଡାଲ ହ୍ରଦ ବୁଲି ଦେଖିଥିଲେ ମୋଦି । ପ୍ରଧାନମନ୍ତ୍ରୀ ଡଙ୍ଗାରେ ବସି ଏହି ମନୋଲୋଭା ସ୍ଥାନର ମଜା ଉଠାଇଲେ । ଭ୍ରମଣ ସମୟର ଏକ ଭିଡ଼ିଓ ଏବେ ଜାରି ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ପାଲିଟିଛି । ଭିଡିଓରେ ମୋଦି ହାତହଲାଇ ଅଭିବାଦନ ଜଣାଉଥିବାର ଦେଖାଯାଉଛି ।

ହେଲେ ସବୁଠୁ ମଜାଦାର କଥା ହେଲା ଡାଲ ହ୍ରଦର ସୌନ୍ଦର୍ଯ୍ୟ ଉପଭୋଗ କରିବା ସମୟରେ ମୋଦି ହାତ ହଲାଇଥିଲେ ସତ, ହେଲେ ତାଙ୍କ ସାମ୍ନାରେ କେହି ବି ଉପସ୍ଥିତ ନଥିଲେ । ଭିଡ଼ିଓରେ ସ୍ପଷ୍ଟ ଜଣାପଡ଼ୁଛି ସାମ୍ନାରେ କୌଣସି ଲୋକ ନାହାନ୍ତି । ତେବେ ଏଥିପାଇଁ ମୋଦିଙ୍କୁ ସମାଲୋଚନା କରିଛନ୍ତି ଜମ୍ମୁ-କାଶ୍ମୀ ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । କାଶ୍ମୀରରେ କାଳ୍ପନିକ ବନ୍ଧୁଙ୍କ ଉଦ୍ଦେଶ୍ୟରେ ହାତ ହଲାଇ ଅଭିଭାବନ କରୁଛନ୍ତି ବୋଲି କହିଛନ୍ତି ମେହବୁବା ମୁଫତି । ବୋଧହୁଏ ଅଭ୍ୟାସଗତ ଭାବେ ମୋଦି ହାତ ହଲାଇ ଦେଇଥିଲେ ବୋଲି ବିରୋଧୀ ଚୁଟକି ନେଉଛନ୍ତି ।