ପାକିସ୍ତାନ ବିରୋଧୀ ନାରାବାଜି ! ସ୍ୱାଧୀନତା ପାଇଁ ରାସ୍ତାକୁ ଆସିଲେ ଜନତା

24

କନକ ବ୍ୟୁରୋ: ପାକ୍ ଅଧିକୃତ କଶ୍ମୀରରେ ପାକିସ୍ତାନ ବିରୋଧୀ ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ । ପାକିସ୍ତାନ ଦ୍ୱାରା ‘କଶ୍ମୀର ସୋଲିଡାରିଟୀ ଡେ’ ପାଳନ ବେଳେ ବିକ୍ଷୋଭ ପ୍ରଦର୍ଶନ । ଆଇଏସଆଇ ଲୋକଙ୍କ ଉପରେ ନିର୍ଯାତନା ଦେଉଥିବା ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ସ୍ୱାଧିନତା ଦାବିରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପାକିସ୍ତାନ ବିରୋଧରେ ନାରାବାଜି କରିଛନ୍ତି ।

ପାକ୍ ଅଧିକୃତ କଶ୍ମୀରବାସୀଙ୍କୁ କୌଣସି ସ୍ୱାଧିନତା ଦିଆଯାଉନଥିବାବେଳେ ସାମ୍ବାଦିକଙ୍କ ଉପରେ ଖବର ପ୍ରକାଶକୁ ନେଇ ଚାପ ପକାଯାଉଥିବା ଅଭିଯୋଗ କରାଯାଇଛି । ଏହାସହ ମାନବାଧିକାର ଉଲ୍ଲଙ୍ଘନ କରାଯାଉଥିବାନେଇ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।